www.samajalive.in
Monday, December 8, 2025
13.1 C
Bhubaneswar

ତାଲିବାନି ନେତାଙ୍କୁ ଆଶ୍ରୟ ଦେବାରେ ପାକିସ୍ତାନ ସଂପୃକ୍ତ ରହିଛି: ଆଣ୍ଟୋନି ବ୍ଲିଙ୍କେନ

ୱାଶିଂଟନ: ପାକିସ୍ତାନ ତାଲିବାନ ଆତଙ୍କି ଗୋଷ୍ଠୀଙ୍କୁ ଆଶ୍ରୟ ଦେଉଥିଲା। ଏପରିକି ଏହା ହକାନି ନେଟୱର୍କର ଆତଙ୍କବାଦିଙ୍କୁ ମଧ୍ୟ ସୁରକ୍ଷା ଦେଉଥିବା କହିଛନ୍ତି ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ। ଆଫଗାନିସ୍ତାନରେ ତାଲିବାର ବିଜୟ ସମ୍ପର୍କରେ ଆମେରିକା କଂଗ୍ରେସ ସଦସ୍ୟମାନଙ୍କ ନିକଟରେ ନିଜର ମତ ରଖି ବ୍ଲିଙ୍କେନ ଏହା କହିଛନ୍ତି। ସୋମବାର ଦିନ ସେ କହିଛନ୍ତି, ଗତ ୨୦ ବର୍ଷ ଧରି ଏବଂ ତାହା ପୂର୍ବରୁ ମଧ୍ୟ ପାକିସ୍ତାନ ଖେଳିଆସିଛି ଏବଂ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ବରାବର ନାନା କଥା କହିଆସିଛି। ଏହା ତାଲିବାନ ଆତଙ୍କିଙ୍କୁ ଆଶ୍ରୟ ଦେଇଛି। ତାହାସହିତ ହକାନି ଗୋଷ୍ଠୀର ଆତଙ୍କବାଦୀଙ୍କୁ ମଧ୍ୟ ଆଷ୍ରୟ ଦେଇଆସିଛି। ବ୍ଲିଙ୍କେନ କହିଥିଲେ, ପାକିସ୍ତାନର ଏଥିରେ ଅନେକ ସ୍ୱାର୍ଥ ରହିଛି, ଯେଉଁଥିରୁ କେତେକ ଆମେରିକାର ପରିପନ୍ଥୀ। ତାହାସହିତ ଆଫଗାନିସ୍ତାନରେ ଭାରତର ସଂପୃକ୍ତି ମଧ୍ୟ ଇସଲାମାବାଦକୁ କେତେକ ସମ୍ପୂର୍ଣ୍ଣ ବିପରୀତ ପଦକ୍ଷେପ ନେବାକୁ ପ୍ରଭାବିତ କରିଛି। ସେ କହିଥିଲେ ଯେ ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ଆମେରିକା କେଉଁ ଭୂମିକା ଗ୍ରହଣ କରିବ ତାହା ନିର୍ଦ୍ଧାରଣ କରିବା ପୂର୍ବରୁ ଆଗାମୀ କିଛିଦିନ ମଧ୍ୟରେ ଏହା ପାକିସ୍ତାନ ସହିତ ନିଜର ସମ୍ପର୍କର ସମୀକ୍ଷା କରିବ।
ସୂଚନାଯୋଗ୍ୟ ଯେ ତାଲିବାନ ସହିତ ପାକିସ୍ତାନର ଘନିଷ୍ଠ ସର୍ମ୍ପକ ରହିଛି ଏବଂ ଆମେରିକା ସମର୍ଥନରେ ଆଫଗାନିସ୍ତାନରେ ଗଠିତ ଲୋକତାନ୍ତ୍ରିକ ସରକାରର ପତନ ପଛରେ ଆତଙ୍କି ଗୋଷ୍ଠୀକୁ ସମର୍ଥନ କରିବା ପଛରେ ପାକିସ୍ତାନର ସଂପୃକ୍ତି ରହିଥିବା ଅଭିଯୋଗ ହୋଇଆସୁଛି। ଅବଶ୍ୟ ଏହାକୁ ଇସଲାମାବାଦ ଖଣ୍ଡନ କରିଛି। ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ୨୦୦୧ରେ ଆମେରିକା ସୈନ୍ୟମାନେ ଆଫଗାନିସ୍ତାନରେ ପ୍ରବେଶ କରିବା ପରେ ତାଲିବାନ ନେତାମାନେ ଯେଉଁ ଦୁଇଟି ରାଷ୍ଟ୍ରକୁ ଖସି ପଳାଇଯାଇ ଆତ୍ମଗୋପନ କରିଥିଲେ, ସେଥିମଧ୍ୟରେ କାତାର ଓ ପାକିସ୍ତାନ ଅନିର୍ଭୁକ୍ତ। ଗତ ଅଗଷ୍ଟ ମାସରେ ଆଫଗାନିସ୍ତାନ ଛାଡି ଚାଲିଯିବାର କିଛି ସପ୍ତାହ ପୂର୍ବରୁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସରଫ ଘନି ପାକିସ୍ତାନ ସହଯୋଗରେ ତାଲିବାନ ସମୁଦାୟ ଆଫଗାନିସ୍ତାନ ଦଖଲ କରିବା ସମ୍ଭାବନା ରହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଥିଲେ। ଜୁଲାଇ ୨୩ରେ ବାଇଡେନଙ୍କ ସହିତ ତାଙ୍କର ଶେଷ ଟେଲିଫୋନ ଆଲୋଚନା କାଳରେ ଘନି କହିଥିଲେ ଯେ ପ୍ରାୟ ୧୫ହଜାର ପାକିସ୍ତାନି ଆତଙ୍କି ଆଫଗାନିସ୍ତାନରେ ରହିଛନ୍ତି ଏବଂ ସେମାନେ ପାକିସ୍ତାନ ସମର୍ଥନରେ ଆଫଗାନିସ୍ତାନକୁ ବଳପୂର୍ବକ ଦଖଲ କରିବା ଯୋଜନା କରୁଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories