www.samajalive.in
Saturday, December 13, 2025
26.1 C
Bhubaneswar

ସିଦ୍ଧ ବିନାୟକ ପିଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା

ଗୋପାଳପୁର: ଆଜି ପବିତ୍ର ଗଣେଶ ଚତୁର୍ଥୀ ପାଳନ ଅବସରରେ ଚାରିଆଡ଼େ ଉତ୍ସବ ର ମହଲ ରହିଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ସନ୍ନିକଟ ପଞ୍ଚମା ପିଠରେ ବିଜେ ସିଦ୍ଧ ବିନାୟକ ପିଠରେ ପ୍ରଶାସନିକ କଟକଣା ଯୋଗୁଁ ଅନେକ ଭକ୍ତ ମନଦୁଃଖ ରେ ଭଗବାନଙ୍କ ଦର୍ଶନ ଏବଂ କୃପାରୁ ବଞ୍ଚିତ ହୋଇଥିଲେ ମଧ୍ୟ ପଞ୍ଚମା ରେଳ ଫାଟକ ସନ୍ନିକଟ ଏକ ବରଗଛ ନିକଟରେ ଲୋକମାନେ ପୂଜାର୍ଚ୍ଚନା କରି ଫେରୁଥିବା ଦେଖିବାକୁ ମିଳିଛି।

 

- Advertisement -

ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ପକ୍ଷରୁ ଚଳିତବର୍ଷ ଗଣେଶ ଚତୁର୍ଥୀ ଅବସରରେ ମନ୍ଦିର ରେ ଠାକୁର ଦର୍ଶନ ଉପରେ ରୋକ ଲଗାଯିବା ସହ ପଞ୍ଚମା ରେଳ ଫାଟକ ସନ୍ନିକଟ ତଥା ପଞ୍ଚମା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପୁଲିସ ପକ୍ଷରୁ ବେରିକେଡିଂ କରା ଯାଇଛି।ଆଜି ଭୋର ସମୟରୁ ଅନେକ ଭକ୍ତ ମନ୍ଦିର ରେ‌ ପୂଜାର୍ଚ୍ଚନା ନିମନ୍ତେ ଆସି କଟକଣା ଯୋଗୁଁ ରାସ୍ତା କଡ଼ରେ ପୂଜା କରି ଫେରିବାକୁ ବାଧ୍ୟ ହୋଇଥିଲେ। ଅନ୍ୟ ପଟେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନିମନ୍ତେ କନିଷି ଅତିରିକ୍ତ ତହସିଲଦାର ଡି ଏନ ସାହୁଙ୍କ ସହ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ପୁଲିସ ଫୋର୍ସ ମନ୍ଦିର ଚାରିକଡେ ପଇଁତରା କରିବା ସହ ମନ୍ଦିର ପରିସରକୁ କାହାରିକୁ ଛାଡୁନଥିବା ଦେଖା ଯାଇଥିଲା। ଭକ୍ତ ଙ୍କ ପ୍ରବେଶ ଉପରେ କଟକଣା ଜାରି ଯୋଗୁଁ ମନ୍ଦିର ପରିସର ମଧ୍ୟ ଖାଁ ଖାଁ ଲାଗୁଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories