www.samajalive.in
Wednesday, December 10, 2025
16.1 C
Bhubaneswar

ଶାଶୁଙ୍କୁ ଆକ୍ରମଣ କରି ଜେଲ ଗଲା ବୋହୂ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ବୟାଳି ଗ୍ରାମର ଜନୈକା ବୋହୂ କୁ ଶାଶୁଙ୍କୁ ଆକ୍ରମଣ କରିବା ମାମଲାରେ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ହୋଇଥିବା ବୋହୂ ଜଣଙ୍କ ସଞ୍ଜୁକ୍ତା ନାୟକ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ସଞ୍ଜୁକ୍ତା ବୟାଳି ଗ୍ରାମର ରମେଶଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ।ଏହାରି ମଧ୍ୟରେ ବିବାହର ଅନେକ ବର୍ଷ ବିତିଯାଇଥିବା ବେଳେ ଅନେକ ସମୟ ରେ ସଞ୍ଜୁକ୍ତା ଶାଶୁ ଠାରୁ ଅଲଗା ରହିବା ନେଇ ସ୍ବାମୀ ସହିତ ଝଗଡା କରି ଆସୁଥିଲେ। ବୁଧବାର ଦିନ ଶାଶୁ ସାଇବାଣୀ ନାୟକ (୭୦) ବର୍ଷ ଘରେ ଥିବା ବେଳେ କୈାଣସି କଥାକୁ ନେଇ ବୋହୂ ସଞ୍ଜୁକ୍ତା ଶାଶୁ ସାଇବାଣୀ ସହ ଝଗଡା କରିବା ସହ ଶାଶୁ କୁ ଆକ୍ରମଣ କରିଥିଲେ।

 

- Advertisement -

ଏହି ଘଟଣାରେ ଶାଶୁ ଗୁରୁତର ଆହାତ ହୋଇଥିଲେ ‌ଘଟଣା ନେଇ ସଞ୍ଜୁକ୍ତା ସ୍ବାମୀ ତଥା ସାଇବାଣୀ ଙ୍କ ପୁଅ ରମେଶ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୫୧/୨୧ ରେ ଏକ ମାମଲା ରୁଜୁ କରିବା ସହ ଆଜି ବୋହୂ ସଞ୍ଜୁକ୍ତା କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ବୋହୂକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories