www.samajalive.in
Thursday, December 11, 2025
18.1 C
Bhubaneswar

କୁ-ପୋଷଣ ବିରୁଦ୍ଧରେ ସଂଗ୍ରାମ ; ଜାତୀୟ ପୁଷ୍ଟି ମାସ

ନୂଆଦିଲ୍ଲୀ : ସମଗ୍ର ଦେଶରେ ମଙ୍ଗଳବାର ଠାରୁ ଜାତୀୟ ପୁଷ୍ଟି ମାସ ପାଳନ କରାଯାଉଛି। କୁ-ପୋଷଣ ବିରୁଦ୍ଧରେ ସଂଗ୍ରାମ ପାଇଁ ଏହି ଜାତୀୟ ପୁଷ୍ଟି ମାସ ପାଳନ କରାଯାଉଛି। କୁପୋଷଣ ସମ୍ବନ୍ଧରେ ସଚେଚନତା ସୃଷ୍ଟି ପାଇଁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଗତ ଜୁଲାଇ ମାସରେ ପୋଷଣ ଅଭିଯାନ ଅଧୀନରେ ଭାରତରେ ପୁଷ୍ଟି ସାଧନ ଚ୍ୟାଲେଞ୍ଜଗୁଡ଼ିକ ଉପରେ ଅନୁଷ୍ଠିତ ଜାତୀୟ ପରିଷଦର ଦ୍ୱିତୀୟ ବୈଠକ ସମୟରେ ସେପ୍ଟେମ୍ବର ମାସକୁ ଜାତୀୟ ପୁଷ୍ଟି ମାସ ଭାବେ ପାଳନ କରିବାଲାଗି ନିଷ୍ପତ୍ତି ନିଆଯାଇଥିଲା। ୨୦୨୨ ସୁଦ୍ଧା ୬ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନଙ୍କ ପୁଷ୍ଟିହୀନତାର ମାତ୍ରା ଶତକଡା ୩୮ଭାଗରୁ ଶତକଡା ୨୫ ଭାଗକୁ ହ୍ରାସ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାର୍ଚ୍ଚ ୮ ତାରିଖରେ ରାଜସ୍ତାନର ଝୁନ୍‍ଝୁନ୍‍ଠାରେ ପୋଷଣ ଅଭିଯାନ-ଜାତୀୟ ପୁଷ୍ଟି ମିଶନର ଶୁଭାରମ୍ଭ କରିଥିଲେ। ଛୋଟ ଶିଶୁ, କିଶୋର ବୟସର ପିଲା, ଗର୍ଭବତୀ ମହିଳା ଓ ସଦ୍ୟ ମାତୃତ୍ୱ ଲାଭ କରିଥିବା ମହିଳାମାନଙ୍କ ପୁଷ୍ଟିସାଧନ ପାଇଁ ୮ଟି କ୍ଷେତ୍ର ଉପରେ ମନ୍ତ୍ରଣାଳୟ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ସମୟରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ୧୧କୋଟି ମହିଳା ଓ ପିଲାମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories