www.samajalive.in
Thursday, December 11, 2025
18.1 C
Bhubaneswar

ଶୟନ କକ୍ଷରେ କୌଣସି ଜଳ ସ୍ରୋତ ରଖିବା ଉଚିତ ନୁହେଁ

ଯେଉଁମାନେ ବଡ଼ମାନଙ୍କର ଅପମାନ କରିଥାଆନ୍ତି ଓ ଖରାପ ବ୍ୟବହାର କରିଥାଆନ୍ତି। ସେମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ରହିନଥାଏ। ଶାସ୍ତ୍ରରେ କୁହାଯାଇଛି, ବଡ଼ମାନଙ୍କୁ ସମ୍ମାନ କରୁଥିବା ବ୍ୟକ୍ତି ଜୀବନରେ ଅଧିକ ଉନ୍ନତି କରିଥାଆନ୍ତି। ଭଗବାନଙ୍କ ଆଶାର୍ବାଦ ସର୍ବଦା ସେମାନଙ୍କ ଉପରେ ରହିଥାଏ।

ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ।

- Advertisement -

ଶୋଇବା କକ୍ଷର ବିଛଣା ସର୍ବଦା ସଫାସୁତୁରା ରଖିବା ଉଚିତ। ବିଛଣା ଅପରିଷ୍କାର ହେଲେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।
ଗୃହର ସମ୍ମୁଖରେ ଜୋତାଚପଲ ଏଣେତେଣେ ପକାଇବା ଉଚିତ ନୁହେଁ। ଏହାଛଡ଼ା ଘରର ବାହାରକୁ ପିନ୍ଧି ଯାଉଥିବା ଜୋତା ଘର ଭିତରେ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ରାତିରେ ଉତ୍ତମ ନିଦ ନହେବା ଅନେକ ଲୋକଙ୍କ ସମସ୍ୟା । ଏମିତିକି ଶୋଇବା ସମୟରେ ଅଜବ ଧରଣର ସ୍ବପ୍ନ ଆସିଥାଏ । ଦିନ ସାରା ଚିଡଚିଡା ଲାଗିଥାଏ, ଯାହା ଦ୍ବାରା କୌଣସି କାର୍ୟ୍ୟ ମଧ୍ୟ ଠିକ୍‌ ଭାବରେ ହୋଇନଥାଏ । ପୁରା ଦିନ ନଷ୍ଟ ହୋଇଯାଇଥାଏ । ଏଥିପାଇଁ କିଛି ବାସ୍ତୁ ଟିପ୍ସ ଆପଣାନ୍ତୁ ଯାହା ଦ୍ବାରା ଏହି ସମସ୍ୟା ଦୂର ହୋଇ ପାରିବ ।

ଧ୍ୟାନ ରଖନ୍ତୁ ଯେ, ଶୟନ କକ୍ଷରେ ଯେପରି କୌଣସି ଜଳ ସ୍ରୋତ ନ ରୁହେ । ଏହା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ ।
କିଛି ଲୋକ ଶୟନ କକ୍ଷରେ ବୈଦ୍ୟୁତିକ ଜିନିଷ ଯଥା ଟିଭି ଓ କମ୍ପ୍ୟୁଟର ରଖିଥାଆନ୍ତି । ଏହାକୁ ବାସ୍ତୁଦୋଷ ବୋଲି କୁହାଯାଏ । ଭୁଲରେ ଏହି ଜିନିଷକୁ ଶୟନ କକ୍ଷରେ ରଖନ୍ତୁ ନାହିଁ ।

ଶୟନ କକ୍ଷରେ ଖଟ କେଉଁ ଦିଗରେ ପକାଉଛନ୍ତି ସେପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ଖଟ ଭୁଲ୍‌ ଦିଗରେ ପଡିଥାଏ, ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ।

ଶୟନ କକ୍ଷରେ ପାଣି, ଝରଣା ଏବଂ କୌଣସି ପର୍ବତର ଫଟୋ ଚିତ୍ର ରଖନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ସମସ୍ୟା ବଢିପାରେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories