www.samajalive.in
Wednesday, December 10, 2025
16.1 C
Bhubaneswar

ଆଜି ଜେକେ ପେପର ମିଲ ଖୋଲିବ

ରାୟଗଡା: ରାୟଗଡା ସ୍ଥିତ ଜେକେ ପେପର ମିଲରେ ଅନେକ ଦିନ ଧରି କର୍ମଚାରୀଙ୍କ ଅସନ୍ତୋଷ କାରଣରୁ ଆନ୍ଦୋଳନ ଲାଗି ରହିଥିଲା। ଏହା ଫଳରେ ଅଗଷ୍ଟ ୩୧ ତାରିଖ ଠାରୁ କମ୍ପାନୀ କର୍ତ୍ତୃପକ୍ଷ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଗତକାଲି ତ୍ରିପାକ୍ଷିକ ଆଲୋଚନା ପରେ ସମାଧାନର ବାଟ ବାହାରିଥିବା ଜଣାପଡିଛି।  ଆନ୍ଦେଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଦିନ କମ୍ପାନୀ କର୍ତ୍ତୃପକ୍ଷ ତାଲା ଖୋଲିବା ପରେ ପେପର ମିଲ ସ୍ୱାଭାବିକ ଭାବେ ଚାଲିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଜେକେ ପେପର ମିଲରେ ଅଗଷ୍ଟ ୨୪ ତାରିଖରୁ ଶ୍ରମିକ ଅଶାନ୍ତି ଲାଗି ରହିଥିଲା। ଏନେଇ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ତେଣୁ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ବିଫଳ ପରେ କମ୍ପାନୀରେ ତାଲା ପକାଇ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories