ତୈଳ ଦର ବୃଦ୍ଧି ପ୍ରତିବାଦ: ବିଜେଡି ପକ୍ଷରୁ ୩ଦିନ ଧରି ବିକ୍ଷୋଭ

0

ଭୁବନେଶ୍ୱର: ସାରାଦେଶରେ କ୍ରମାଗତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଯାହା ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେବେ ବାରମ୍ବାର ତୈଳ ଦର ବୃଦ୍ଧି ପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି। ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ୩ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଘୋଷଣା କରିଛି। ବିଜୁ ଛାତ୍ର, ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ୭ ରୁ ୯ ତିନି ଦିନ ଧରି ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ। ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Leave A Reply