www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ଗା ପୂଜା ବେଳେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ : ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ

ଭୁବନେଶ୍ୱର : ଦୁର୍ଗା ପୂଜା ବେଳେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ଆବଦ୍ଧ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ପୂଜା କମିଟି ବୈଠକ ଶେଷ ହୋଇଛି । ବୈଠକ ସକାରାତ୍ମକ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ସଂପର୍କରେ ନିଷ୍ପତ୍ତି ନିଆଯିବ । ପୂଜା ମଣ୍ଡପର ୩ ପାଖରେ ପରଦା ରହିବା ସଂପର୍କରେ ଅକ୍ଟୋବର ମାସରେ ନିଷ୍ପତ୍ତି ନିଆଯିବ । ମୂର୍ତ୍ତି ଉଚ୍ଚତା ଚାରି ଫୁଟ ମଧ୍ୟରେ ସୀମିତ ରଖିବାକୁ ସରକାରଙ୍କ ପାର୍ବଣ ଗାଇଡଲାଇନ୍ସରେ ଉଲ୍ଲେଖ ଥିବାରୁ କଟକ ସହରର ପୂଜା କମିଟିଗୁଡିକ ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଥିଲା । ମଣ୍ଡପର ତିନି ପାଶ୍ୱର୍ ପରଦାରେ ଆବଦ୍ଧ ରଖିବା ନିୟମ ନେଇ ବିରୋଧର ସ୍ୱର ଉଠିଥିଲା । ଏ ବାବଦରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ସରକାର ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ରାଜି ଅଛନ୍ତି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ଭକ୍ତଙ୍କ ଦର୍ଶନ ନେଇ ପୂଜାବେଳର ସଂକ୍ରମଣ ସ୍ଥିତି ନେଇ ନିଷ୍ପତ୍ତି ନିଆଯିବ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories