www.samajalive.in
Tuesday, December 9, 2025
15.1 C
Bhubaneswar

କୁଖ୍ୟାତ ଆତଙ୍କବାଦୀ ଜଲାଲୁଦ୍ଦୀନ ହକ୍କାନୀର ମୃତ୍ୟୁ

ଇସଲାମାବାଦ :  ଆଫଗାନିସ୍ତାନର କୁଖ୍ୟାତ ଆତଙ୍କବାଦୀ ହକ୍କାନୀ ନେଟୱାର୍କର ପ୍ରତିଷ୍ଠାତା ଜଲାଲୁଦ୍ଦୀନ ହକ୍କାନୀର ମୃତ୍ୟୁ ଘଟିଛି।  ଦୀର୍ଘ ଦିନ ଧରି ରୋଗରେ ପୀଡିତ ରହିବା ପରେ ମଙ୍ଗଳବାର ତା’ର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁ ୭୨ ବର୍ଷ ବୟସ ହୋଇଥିଲା।  ହକ୍କାନୀ ନେଟୱାର୍କ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି। ୨୦୧୨ରେ ଆମେରିକା ହକ୍କାନୀ ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା। ହକ୍କାନୀର ମୃତ୍ୟୁ ପରେ ହକ୍କାନୀ ନେଟୱାର୍କ ଏବଂ ଆତଙ୍କବାଦୀ ସଂଗଠନକୁ ଧକ୍କା ଳାଗିଛି। ତାଲିବାନର ଜଣେ ଉପ ନେତା ଜଲାଲୁଦ୍ଦୀନର ପୁଅ ସିରାଜଉଦ୍ଦୀନ ହକ୍କାନୀ ବର୍ତମାନ ଏହି ନେଟୱାର୍କର ନେତୃତ୍ୱ ନେଉଛି । ପୂର୍ବରୁ ଜଲାଲୁଦ୍ଦୀନ ଆଫଗାନ ମୁଜ୍ଜାହିଦୀନର କମାଣ୍ଡର ଥିଲା ।

୧୯୮୦ରେ ସେ ଆମେରିକା ଏବଂ ପାକିସ୍ତାନର ସାହାଯ୍ୟରେ ଆଫଗାନିସ୍ତାନରୁ ସୋଭିଏତ ବିରୁଦ୍ଧରେ ଲଢୁଥିଲା । ସେ ଅନେକ ଜିହାଦୀମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଜଣାପହିଛି।

- Advertisement -

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories