www.samajalive.in
Saturday, December 13, 2025
26.1 C
Bhubaneswar

ଖବର ପ୍ରକାଶନ ପରେ ଗୁରିଗୁଡ଼ା ଗାଁରେ ପହଞ୍ଚିଲେ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ 

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ମାତ୍ର ୭ କିମି ଦୂରରେ ରହିଛି ପାହାଡ଼ ଉପରେ ଗୁରିଗୁଡା ଗ୍ରାମ। ଏହି ଗ୍ରାମକୁ ଯିବା ଆସିବା କରିବା କଷ୍ଟସାଧ୍ୟ । ଗୋଟିଏ ସ୍ଥାନରେ ଏକ ଲକ୍ଷ ଟଙ୍କା ବିନିମୟରେ ୧୦ ମିଟର ନିର୍ମାଣ ହୋଇଛି କଂକ୍ରିଟ ରାସ୍ତା।  ପରେ ଘାଟି ରାସ୍ତା । ବର୍ଷା ଦିନେ ଗ୍ରାମ ଲୋକଙ୍କ ଯାତାୟତ ଠପ । ଗାଁର କୌଣସି ଲୋକ ଯଦି ଜ୍ଵର ,ଝାଡା, କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହେଲେ ମେଡିକାଲ ସୁବିଧା ପାଇଁ ଆମ୍ବୁଲାନ୍ସ ପହଁଞ୍ଚି ପାରୁନି। ଯାହା ଫଳରେ ଅନ୍ୟ ଗ୍ରାମ ରାସ୍ତା ଦେଇ ୪ କିମି ବୁଲି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ୁଛି। ସେହିଭଳି ଗ୍ରାମରେ ବସବାସ କରନ୍ତି ୪୭ ପରିବାର। ଏହି ଗ୍ରାମରେ ରହିଛି ଗୋଟିଏ ସୋଲାର ପାନୀୟ ପ୍ରକଳ୍ପ । ଯାହାକି ଲୋକଙ୍କୁ ପାଣି ଯୋଗାଇବାରେ ଅସମର୍ଥ। ଏଣୁ ଗ୍ରାମର ମହିଳା ମାନେ ୫୦୦ ମିଟର ଦୂର ପାହାଡ଼ ନିକଟରେ ଥିବା କୁଅଁ (ଚୁଆଁ) ଉପରେ ଭରସା କରନ୍ତି। ସେହି ଦୂଷିତ ପାଣିକୁ ବ୍ୟବହାର କରନ୍ତି। ପାହାଡ଼ ଉପରୁ ପାଣି ଆଣିବା ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ଗ୍ରାମ ଗୁଡିକ ପ୍ରତି ନେତା ,ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ମାନଙ୍କ ସ୍ୱତନ୍ତ୍ର ଭାବେ ସମସ୍ତେ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ନଚେତ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି କହିଥିଲେ।
ଏହି ଖବର ପ୍ରକାଶନ ପରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଜଳ ଯୋଗାଣ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ ଓ କର୍ମଚାରୀ ଗୁରିଗୁଡ଼ା ଗ୍ରାମରେ ପହଞ୍ଚି ନଳକୂପ ପାଇପ ଓ ବୋରୱଲ ମରାମତି କରି ଲୋକଙ୍କୁ ପାନୀୟ ଜଳର ସୁବିଧା କରିଥିଲେ। ଗାଡ଼ି ଗମନାଗମନର ଅସୁବିଧା ଯୋଗୁଁ କିଛି ମାସ ପରେ ଆଉ ଏକ ନଳକୂପ ଖୋଳାଯିବ ବୋଲି ଯନ୍ତ୍ରୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories