www.samajalive.in
Saturday, December 13, 2025
26.1 C
Bhubaneswar

ଦୋକାନଭିତରେ ପଶିଲା ଟ୍ରକ,୩ ଗୁରୁତର

ହରଭଙ୍ଗା:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଲୁଣିବାହାଲ ବଜାରରେ ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶି ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ଟ୍ରକ ଡ୍ରାଇଭର ଓମକାରମ ପାଲୋଡି(୪୦) ,ଖଲାସୀ ତିରୁପତି ରେଡ୍ଡୀ(୪୨) ସହିତ ଦୋକାନରେ ବସିଥିବା ଶ୍ୟାମସୁନ୍ଦର ସାହୁ (୫୮)ଭଳି ୩ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି।ସୂଚନା ମତେ ଏହି ଜାତୀୟରାଜପଥ ଦେଇ ଚାରିଛକ ପଟୁ ବୌଦ୍ଧ ଆଡକୁ ବାରଚକିଆ ଟ୍ରକ ନଂ-ଏପି-୨୭ଟି.ଜେଡ୍ ୨୪୪୫ନାମକ କୋଇଲା ବୋଝେଇ ଗାଡି ଯାଉଥିଲା।

 

- Advertisement -

ଲୁଣିବାହାଲ ବଜାର ଅତିକ୍ରମ କରିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଏକ ଗ୍ରୋସରୀ ଦୋକାନ ଭିତରକୁ ପଶିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଫଳରେ ଦୋକାନ ବାରଣ୍ଡାରେ ବସିଥିବା ହରଭଙ୍ଗା ଥାନା ଅର୍ନ୍ତଗତ ଭେଜିଗୁଡା ଗ୍ରାମର ଶ୍ୟାମସୁନ୍ଦର ସାହୁ(୫୮)ଙ୍କ ଗୋଡ,ହାତ,ମୁଣ୍ଡରେ ଆଘାତ ଲାଗିଥିଲା। ଟ୍ରକ ଡ୍ରାଇଭର,ଖଲାସୀ ମଧ୍ୟ ଆହାତ ହୋଇଥିବା ଜଣାପଡିଛି।ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories