www.samajalive.in
Sunday, December 14, 2025
14.1 C
Bhubaneswar

ନଦୀପଠାରୁ ସାତ ବର୍ଷ ବାଳକର ଗଳିତ ଶବ ଉଦ୍ଧାର, ଅପମୁର୍ତ୍ତ୍ୟୁ ମାମଲା କଲା ଜେନାପୁର ପୁଲିସ

ଗଡମଧୁପୁର/ଜେନାପୁର: ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧିନ ଚଉଷଠିପଡା ଘାଟ ବ୍ରାହ୍ମଣୀ ନଦୀପଠାରୁ ଏକ ବାଳକର ଗଳିତ ଶବ ଜେନାପୁର ପୋଲିସ ଦ୍ୱାରା ଉଦ୍ଧାର ହୋଇଛି। ମୃତ ବାଳକ ମର୍ଜିତାପୁର ପାଂଚୟତର ଚମ୍ପିତ୍ରାପାଟଣା ଗାଁର ଲିକୁନ ଓଝା (୭) ପି- ଶଙ୍କର୍ଷଣ ଓଝା ବୋଲି ଜଣାପଡିଛି। ଆଜି ସକାଳୁ କିଛି ଲୋକ ଚଉଷଠିପଡା ନଦୀ ଘାଟରେ ସ୍ନାନଶୌଚ ପାଇଁ ଯାଉଥିବା ସମୟରେ ନଦୀପଠା ଠାରୁ କିଛି ଦୂର ନଦୀ ଗର୍ଭରେ ଥିବା ବାଲିରେ ଏକ ବାଳକର ମୁଣ୍ଡ ଓ ହାତ ଦିଶୁଥିବାର ଦେଖିଥିଲେ। ପାଖରେ ବାଳକର ବାଳ ଏଣେ ତେଣେ ବିକ୍ଷିପ୍ତ ଅବସ୍ତାରେ ପଡିଥିବା ଦେଖାଯାଇଥିଲା। ଏ ନେଇ ଜେନାପୁର ପୋଲିସକୁ ଖବର ଦେବାରେ ଘଟଣା ସ୍ଥଳରେ ପହଞ୍ôଚ ଛାନ ଭିନ ଆରମ୍ଭ ହୋଇଥିଲା। ଥାନାଧିକାରୀ ଶ୍ରବଣ କୁମାର ମହାରଣା ଘଟଣା ସ୍ଥଳରେ ପହଞ୍ôଚ ମୃତ୍ୟୁର କାରଣ ଖୋଜିବାକୁ ଯାଇ ପିଲାଟି ନିକଟସ୍ଥ ଚମ୍ପିତ୍ରାପାଟଣା ଗାଁର ଜାଣି ସେଠାକୁ ଯାଇଥିଲେ। ସ୍ଥନୀୟ ଲୋକ ଓ ପିଲାର ବାପାଙ୍କ ବୟାନକୁ ଆଧାର କଲେ ପିଲାଟି କିଛି ଦିନ ଧରି ବାତ ରୋଗରେ ପିଡିତ ଥିବା ଓ ସେ ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା।

 

- Advertisement -

ମୃତ୍ୟୁର ସ୍ପଷ୍ଟ କାରଣ ସାମ୍ନାକୁ ଆସି ନପାରିବାରୁ ଜେନାପୁର ପୋଲିସ ଏନେଇ ଏକ ଅପମୁର୍ତ୍ତ୍ୟୁ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଚଳାଇଥିବା ବେଳେ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ବାଲିରୁ ଶବକୁ ଉଦ୍ଧାର କରି ବ୍ୟବତ୍ସେଦ ନିମନ୍ତେ ପଠାଇଛି। ପୋଲିସ କହିବା କଥା ସ୍ୱାସ୍ଥ୍ୟକେନ୍ଦ୍ରରୁ ଶବ ସହିତ ମୃତ୍ୟୁର କାରଣ ଉଲ୍ଲେଖ ଥିବା କଗଜାତ ରହିଥିଲେ କିମ୍ବା ବ୍ୟବତ୍ସେଦ ହୋଇଥିଲେ ଏପରି କରିବାକୁ ପଡିନଥାନ୍ତା। ଏହା ଅସୁସ୍ଥତା ଜନିତ ମୃତ୍ୟୁ ବୋଲି ଘଟଣା ସ୍ପଷ୍ଟ ନହେବାରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରବଣ କୁମାର ମହାରଣା ସୁଚନା ଦେଇଛନ୍ତି। ଘଟଣା ସ୍ଥଳରେ ଏସ ଆଇ ମନୋରଂଜନ ଦାସ, ଏଏସ ଆଇ ଅକ୍ଷୟ କୁମାର ସାମଲ ସଦଳବଳେ ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିଥିଲେ।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories