www.samajalive.in
Thursday, December 11, 2025
15.1 C
Bhubaneswar

ପୁର ପଲ୍ଲୀରେ ନନ୍ଦଉତ୍ସବ

ସୁଆଣ୍ଡୋ :  ପୁରୀଜିଲା ସତ୍ୟବାଦୀର ପୁରପଲ୍ଲୀରେ ନନ୍ଦୋତ୍ସବ ସମାରୋହରେ ପାଳିତ ହୋଇ ଯାଇଛି । ଶତାଧିକ ବର୍ଷଧରି ଆନନ୍ଦପୁର ଗ୍ରାମରେ ନନ୍ଦୋତ୍ସବ ପାଳିତ ହୋଇ ଆସୁଛି । ଏହି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା । ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଂକୀର୍ତ୍ତନ ଓ ବାଦ୍ୟର ତାଳେ ତାଳେ କଳାକାରଙ୍କ ନନ୍ଦ ନୃତ୍ୟରେ ଗାଁ ଦାଣ୍ଡ ହସଖୁସିରେ ପୁରି ଉଠିଥିଲା । ନନ୍ଦଙ୍କ ଭୂମିକାରେ ରାମଚନ୍ଦ୍ର ବେହେରା , ଯଶୋଦା – ରାଜକିଶୋର ବେହେରା ,କୃଷ୍ଣ – ରାଜେଶ ଜେନା , ବଳରାମ -ଦୀପଙ୍କର ବେହେରା , ବିଶ୍ଵାମିତ୍ର – ପ୍ରଭାକର ସାହୁ ଓ ଦଧିଭାଣ୍ଡଗୋପାଳ – କୃଷ୍ଣ ବେହେରା ଅଭିନୟ କରିଥିଲେ । ଆଖପାଖ ଗ୍ରାମର ଅନେକ କୃଷ୍ଣ ଭକ୍ତ ଉପସ୍ଥିତ ରହି ନନ୍ଦୋତ୍ସବ ନୃତ୍ୟ ଦେଖିବାକୁ ଆସିଥିବା ଦେଖିବାକୁ ମିଳିଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories