www.samajalive.in
Thursday, December 11, 2025
26.1 C
Bhubaneswar

ଇସ୍ତଫା ଦେଇଥିବା ୧୫ ଜଣଙ୍କ ମଧ୍ୟରୁ ୫ ପୁଣି ବିଜେପିକୁ ଫେରିଲେ

ବାରିପଦା  : ମୟୂରଭଞ୍ଜ ଜିଲା ପରିଷଦର ୧୫ଜଣ ସଦସ୍ୟ ଗତ ୨୭ ତାରିଖ ଦିନ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଘଟଣା ସମଗ୍ର ଓଡ଼ିଶାରେ ହଟଚମଟ ସୃଷ୍ଟି କରିବା ସହିତ ବିଜେପିକୁ ଚିନ୍ତାରେ ପକାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୫ଜଣ ବିଜେପିକୁ ଫେରିଥିବା ନେଇ ଆଜି ବିଜେପି ରାଜ୍ୟ ସଭାପତିଙ୍କ ଉଦ୍ଦେଶ୍ୟରେ ଜିଲା ସଭାପତିଙ୍କ ଜରିଆରେ ଲିଖିତ ଭାବେ ଜଣାଇଥିବା ପ୍ରକାଶ। ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ଟଙ୍କାର ପ୍ରଲୋଭନ ଏବଂ ଧମକ ଭୟରେ ବିଜେପିରୁ ଇସ୍ତଫା ଦେଇଥିଲେ ବୋଲି ଏହି ୫ଜଣଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ବିଜେପିକୁ ଫେରିଥିବା ୫ଜଣ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ୨୨ନଂ ଜୋନର ଅସିନ୍ତାମଣି ସିଂ (ବଡ଼ସାହି), ୨୪ନଂ ଜୋନର ମଧୁସ୍ମିତା ପରିଡ଼ା (ବଡ଼ସାହି), ୩୩ନଂ ଜୋନର ନାନିକା ନାଏକ (ବିଶୋଇ), ୪୨ନଂ ଜୋନର ଗାନ୍ଧାରୀ ନାଏକ (ଯଶିପୁର) ଏବଂ ୪୪ନଂ ଜୋନର ପରମେଶ୍ୱର ନାଏକ (ରରୁଆଁ) ରହିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଠାରୁ ପ୍ରକାଶ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories