www.samajalive.in
Thursday, December 11, 2025
27.1 C
Bhubaneswar

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର, ୨ ମୃତ

ସାକ୍ଷୀଗୋପାଳ:ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ  ଅଳଗୁମ ରାସ୍ତାର ଖଣ୍ଡୁଆଳ ଗଙ୍ଗାବର ନିକଟରେ ଆଜି ଅପରାହ୍ଣ ପ୍ରାୟ ୪ ଟା ସମୟରେ ଏକ କାର ଓଆର-୦୨-୨୨୫୧ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ  ଦଳ ପୋଖରୀ ମଧ୍ୟକୁ ପଶି ଯାଇଥିଲା। କାରଟି ପାଣି ମଧ୍ୟରେ ବୁଡି ଯିବାରୁ ଆଗ ସିଟରେ ବସିଥିବା ବ୍ରହ୍ମପୁର ଦିଗପହଣ୍ଡି ରାସ୍ତାର କାଶୀ ନଗର ଫାଷ୍ଟ ଗେଟର ମହେଶ କୁମାର ସାହୁ (୩୦) ଓ ବ୍ରହ୍ମପୁର ବ୍ୟାଙ୍କ କଲୋନୀର ରବି କୁମାର ଦାସ (୩୦) କାର ମଧ୍ୟରେ ମୃତ୍ୟୁ ବରଣ କରିଥିଲେ। କାର ପଛ ସିଟରେ ବସିଥିବା ସେହି କାଶୀ ନଗର ଫାଷ୍ଟ ଗେଟର ଉଦୟନାଥ ସାହୁ (୪୦) ଙ୍କୁ ସ୍ଥାନୀୟ ଜନସାଧାରଣ କାର କାଚ ଭାଙ୍ଗି ଉଦ୍ଧାର କରିଥିଲେ। ସତ୍ୟବାଦୀ ପୋଲିସ ଓ ସତ୍ୟବାଦୀ ଦମକଳ କେନ୍ଦ୍ର ତରଫରୁ ମୃତାହତ ମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ଅଣା ଯାଇଥିଲା। ଦୁର୍ଘଟଣାଗ୍ରସ୍ତ କାରଟିକୁ ସତ୍ୟବାଦୀ ପୁଲିସ ଜବତ କରିଛନ୍ତି।

 

ଘଟଣାରୁ ଜଣାପଡିଛି ଯେ ମୃତକ ମହେଶ କୁମାର ସାହୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ସିଂହାକୁଦା ଗ୍ରାମର ଗୋକୁଳ ବିଶ୍ୱାଳଙ୍କ ଜ୍ୱାଇଁ ଅଟନ୍ତି। ମୃତକ ମହେଶ କୁମାର ସାହୁ ଓ ରବି କୁମାର ଦାସ ୨ ସାଙ୍ଗ ଅଟନ୍ତି। ଉଦୟନାଥ ସାହୁ   ମୃତ ମହେଶଙ୍କ ଦାଦା ଅଟନ୍ତି। ଏହି ୩ ଜଣ ଗତକାଲି ଭିତରକନିକା ବୁଲିବାକୁ ଯାଇଥିଲେ। ଆଜି ସାକ୍ଷୀଗୋପାଳ ଶ୍ୱଶୁର ଘର ଆସୁଥିଲେ। ମୃତ ମହେଶ ତାଙ୍କ ସହଧର୍ମିଣୀ ସରୋଜିନୀ ସାହୁ ଓ ୨ ଶିଶୁ ପୁତ୍ରଙ୍କୁ ନେଇ ନିଜ ଘର ବ୍ରହ୍ମପୁର ଫେରିଥାନ୍ତେ।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories