www.samajalive.in
Tuesday, December 9, 2025
16.1 C
Bhubaneswar

ସମବାୟ କୃଷି ଋଣ ଦୁର୍ନୀତି ପ୍ରସଙ୍ଗ: ମନ୍ତ୍ରୀ ଚୁପ୍ ନାହାଁନ୍ତି, ବରଂ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି

ଆଠଗଡ଼: ଆଠଗଡ଼ରେ ସମୟବା କୃଷି ଋଣ ଦୁର୍ନୀତି ସମ୍ପର୍କରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯେଉଁସବୁ ଅଭିଯୋଗ ଅଣାଯାଇଥିଲା ତାହାର ପାଲଟା ଜବାବ ଦେବା ପାଇଁ ଆଠଗଡ଼ ଯୁବ ବିଜୁ ଜନତା ଦଳ ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇଥିଲା। ଏଥିରେ ଯୋଗଦେଇଥିବା ଯୁବ ବିଜେଡ଼ି ନେତା ତଥା କଟକ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ୍ତ ଦାସ, ଆଠଗଡ଼ ଯୁବ ବିଜେଡ଼ି ସମ୍ପାଦକ ଅଶୋକ କୁମାର ରାଉତ ଓ ଉପସଭାପତି ନିମାଇଁ ଚରଣ ରାଉତ ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀ ଆଠଗଡ଼ରେ ବିଶେଷ କରି ଗୁରୁଡ଼ିଝାଟିଆ ସମବାୟ ସମିତିରେ ହୋଇଥିବା କୃଷି ଋଣ ଜାଲିଆତି ଘଟଣାରେ ଚୁପ୍ ରହିନାହାଁନ୍ତି, ବରଂ ଏହାର ତଦନ୍ତ ନିର୍ଦେଶ ଦେବା ‘ଳରେ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲେ। ମନ୍ତ୍ରୀ କେବଳ ଆଠଗଡ଼ ନୁହଁନ୍ତି ସମଗ୍ର ଓଡ଼ିଶାର ସମବାୟ ମନ୍ତ୍ରୀ ଏବଂ ତାଙ୍କ ରାଜ୍ୟର ୨୭୦୮ଟି ସମବାୟ ସମିତି ରହିିଛି। ତେବେ ବି ନିଜ ନିର୍ବାଚନ ମଣ୍ଡଳୀ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଗୁରୁଡ଼ିଝାଟିଆ ଅଞ୍ଚଳର ଚାଷୀମାନଙ୍କ ଅଭିଯୋଗକୁ ଭିତ୍ତି କରି ଗତ ୦୬.୦୩.୨୦୨୦ରେ କଟକ ଡିଆରସିଏସ, ଆଠଗଡ଼ ଏଆରସିଏସ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକଙ୍କୁ ଏ ସମ୍ପର୍କରେ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏଥିରେ ଦୁର୍ନୀତିର ବ୍ୟାପକତା ଦେଖି ରାଜ୍ୟ ସମବାୟ ନିବନ୍ଧକ ଓ ଅଡିଟର ଜେନେରାଲଙ୍କ ସହ ଆଲୋଚନା ପରେ ୧୨.୦୩.୨୦୨୦ତାରିଖରେ କଟକ ଡିଆରସିଏସଙ୍କ ନେତୃତ୍ୱରେ ଏକ ୧୧ଜଣିଆ ତଦନ୍ତ କମିଟି ଗଠନ କରି ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ପରେ ମନ୍ତ୍ରୀଙ୍କ ନିର୍ଦେଶ ମତେ ରାଜ୍ୟ ସମବାୟ ନିବନ୍ଧକ ମାମଲାଟିକୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିବା ସହ ଗୁରୁଡ଼ିଝାଟିଆ ସମିତିର ସମ୍ପାଦକ, ସହସମ୍ପାଦକ, ପିଅନ, ଆଠଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ, ହିସାବ ରକ୍ଷକଙ୍କ ସହିତ ଅନ୍ୟ ୪ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ ନିର୍ଦେଶ ଦିଆଯିବା ସଙ୍ଗେ ସଙ୍ଗେ ସେମାନଙ୍କ ନାମରେ େ‘øଜଦାରୀ ମାମଲା ରୁଜୁ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ଓ ସେମାନେ ସମସ୍ତେ ଗିର‘ ହୋଇ ଜେଲରେ ଅଛନ୍ତି।

 

- Advertisement -

ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଆବଶ୍ୟକସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୁବ ବିଜେଡ଼ି ନେତା ପ୍ରକାଶ କରିଥିଲେ। ଏହି ମାମଲା ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିବାର ମୂଳ ଲକ୍ଷ ଅପରାଧରେ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଆଇନ ଅନୁଯାୟୀ ବାଜ୍ୟାପ୍ତ କରାଯାଇ ଚାଷୀଙ୍କୁ ଋଣମୁକ୍ତ କରାଯିବ। ଏହି ସମୟ ମଧ୍ୟରେ ବ୍ୟାଙ୍କ କିମ୍ବା ସରକାରଙ୍କ ପକ୍ଷରୁ ଋଣୀ ଚାଷୀଙ୍କ ଠାରୁ ଋଣ ଆଦାୟ ନୋଟିସ କିମ୍ବା ମାଲିମକଦ୍ଦମା କରାଯିବ ନାହିଁ ବୋଲି ମନ୍ତ୍ରୀଙ୍କ ବିଭାଗ ପକ୍ଷରୁ ନିର୍ଦେଶ ରହିଛି। ଏଣୁ ଚାଷୀମାନେ ଅଧର୍ଯ୍ୟ ନହେବାକୁ ଯୁବ ବିଜେଡ଼ି ପକ୍ଷରୁ ନିବେଦନ କରାଯାଇଥିଲା। ସେହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡ଼ି ନେତାମାନେ ବିଜେପି ନେତା ରାମ ନାରାୟଣ ମହାନ୍ତିଙ୍କର ନିଜ ଦଳରେ ସ୍ଥିତି ବିଷୟ ଉଠାଇ ତାଙ୍କୁ ଦଳ ପକ୍ଷରୁ ଏଠାରେ କଣ ଠେସା କରାଯାଇଥିବା କହିଥିଲେ। ଆଠଗଡ଼ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଚଳାଇଥିବା ଅଭୟ କୁମାର ବାରିକଙ୍କ ସମସ୍ତ ମାମଲା ଶ୍ରୀ ମହାନ୍ତି ଆଇନଜୀବୀ ଭାବେ ସେ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ପରିଚାଳନା କରିଥାନ୍ତି। ତେଣୁ ଅଭୟ ବାରିକଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ପ୍ରରୋଚନାରେ ବିଜେପି ନେତା ଶ୍ରୀ ମହାନ୍ତିଙ୍କର ନିଦ୍ରା ଭଙ୍ଗ ହୋଇଛି କି ବୋଲି ଯୁବ ବିଜେଡ଼ି ନେତା ପ୍ରଶ୍ନ କରିଥିଲେ। ଆଠଗଡ଼ ନାଗରିକ ସୁରକ୍ଷା ମଞ୍ଚ ଓ ନଅବେଢ଼ା ଚାଷୀ ସୁରକ୍ଷା ମଞ୍ଚ ଆଦିକୁ ଅଙ୍ଗୁଳି ନିର୍ଦେଶ କରୁଥିବା ଶ୍ରୀ ମହାନ୍ତିଙ୍କ ଦ୍ୱାରା ପରିଚାଳିତ ଆଠଗଡ଼ ବିକାଶ ପରିଷଦ ଏବେ କେଉଁଠି ଅଛି ଏବଂ ତାହାର କାର୍ଯ୍ୟକଳାପ କଣ ବୋଲି ପଚାରିଥିଲେ। ବାରମ୍ବାର ଗଣମାଧ୍ୟମରେ ମନ୍ତ୍ରୀ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଆସୁଥିବା ବେଳେ ଏ ସଂକ୍ରାନ୍ତରେ କଣ ପ୍ରମାଣ ରହିଛି ତାହା ସର୍ବସାଧାରଣରେ ପ୍ରକାଶ କରିବାକୁ ଯୁବ ବିଜେଡ଼ି ନେତାମାନେ ଆହ୍ୱାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories