www.samajalive.in
Tuesday, December 9, 2025
16.1 C
Bhubaneswar

କଳାହାଣ୍ଡି ଓ ବଲାଙ୍ଗିର ଏସ୍‌ପିଙ୍କ ସମେତ ୨୨ ପୁଲିସ କର୍ମଚାରୀ ସମ୍ମାନିତ

ଭବାନୀପାଟଣା: କରୋନା ମୁକାବିଲା ସମୟରେ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ଦିନରାତି ସେବା ଯୋଗାଇ ଦେବା ସହିତ ମାଓ ଦମନ ଓ ଅନ୍ୟ ଆଇନଶୃଙ୍ଖଳା ପରିସ୍ଥିତିରେ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେଇଆସିଥିବା ଯୋଗୁଁ କଳାହାଣ୍ଡି ଓ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ସମେତ କରୋନା କାଳରେ ମୃତ୍ୟୁ ବରଣ କରିଥିବା ୫ ପୁଲିସ କର୍ମଚାରୀଙ୍କ ପରିବାର ତଥା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲାର ମୋଟ ୨୨ ଜଣ ପୁଲିସ କର୍ମଚାରୀଙ୍କୁ ଓଡ଼ିଶା ପୁଲିସ ମହାନିର୍ଦେଶକ ଏସ୍‌. ଅଭୟ ୨୯ ତାରିଖରେ ଭବାନୀପାଟଣା ସ୍ଥିତ ରିଜର୍ଭ ପୁଲିସ ଇନଡୋର୍‌ ଷ୍ଟାଡିୟମ୍‌ ପରିସରରେ ଡିଜିପି ଡିସ୍କ ପଦକ ପ୍ରଦାନ କରିଛନ୍ତି।

 

- Advertisement -

ପୁଲିସ କର୍ମଚାରୀ କରୋନା ଯୋଦ୍ଧା ବଲାଙ୍ଗିର ଜିଲାର ଉପ ଆରକ୍ଷୀ ଅଧୀକ୍ଷକ ଶେଷଦେବ ବେହେରା ଓ ନିରୀକ୍ଷକ ବିଜୟାନନ୍ଦ ବେହେରା, ନବରଙ୍ଗପୁର ଜିଲାର ଉପ ନିରୀକ୍ଷକ ରାମଚନ୍ଦ୍ର ଅଗସ୍ତି ଓ ସହକାରୀ ଉପ ନିରୀକ୍ଷକ କୈଳାସ ଚନ୍ଦ୍ର ବେହେରା ଏବଂ ବଲାଙ୍ଗିର ଜିଲାର ହବିଲଦାର ମନୋରଞ୍ଜନ ବାରିକଙ୍କ ପରିବାର ସଦସ୍ୟ ସମେତ କାର୍ଯ୍ୟଦକ୍ଷତା, ସଫଳତା ସହିତ ମାଓଦମନ ଏବଂ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେଇ ଆସିଥିବା କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ଡା. ଶ୍ରବଣ ବିବେକ ଏମ୍ ଓ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ କୁସଲକର ନିତିନ ଡାଗଡୁଙ୍କ ସମେତ ମାଲକାନଗିରିର ୪ର୍ଥ ବ୍ୟାଟାଲିୟନ କମାଣ୍ଡାଣ୍ଟ ଦୁର୍ବାଶ ନାୟକ, ନୂଆପଡ଼ା ଜିଲାର ଇନ୍ସପେକ୍ଟର ଅନିରୁଦ୍ଧ ମୁଦୁଲି, ବଲାଙ୍ଗୀର ଜିଲାର ନିରୀକ୍ଷକ ତୋଫାନ ବାଗ ଓ ନିରୀକ୍ଷକ କେ. ପ୍ରିୟଙ୍କା ରାଉତରାୟ, କୋରାପୁଟ ଜିଲାର ଉପ ନିରୀକ୍ଷକ ସଂଗ୍ରାମ କେଶରୀ ସ୍ୱାଇଁ, କୋରାପୁଟର ୭ ବ୍ୟାଟାଲିୟନ ହାବିଲଦାର ସେକ୍ ସରିଫଉଦ୍ଦିନ, କୋରାପୁଟ ଜିଲାର କନଷ୍ଟେବଳଙ୍କ ମଧ୍ୟରେ ଅଜୟ କୁମାର ଗନ୍ତାୟତ, ସନମୈୟ କୁହୁରା, ଅର୍ଜୁନ ଗତାନ, କଳାହାଣ୍ଡି ଜିଲାର କନଷ୍ଟେବଳ ହରେକୃଷ୍ଣ ସରିଫ ଓ କନଷ୍ଟେବଳ ଚୈତନ୍ୟ ବାଗ, ବଲାଙ୍ଗିର ଜିଲାର କନଷ୍ଟେବଳ ହେମନ୍ତ କୁମାର ମିଶ୍ର, ମାଲକାନଗିରି ଜିଲାର କନଷ୍ଟେବଳ ରାଜୁ ମାଡ଼କାମି, କୋରାପୁଟ ଜିଲାର ଓଏପିଏଫ ଦାମ ପରଜା, ମାଲକାନଗିରି ଜିଲାର ଓଏପିଏଫ୍ ଚନ୍ଦ୍ର ଡୁଡ଼କା, ଗଣେଶ ନାଏକ, ଗୋକୁଳ କିରିସାନୀ, ଦୈତାରୀ ଚାପଡ଼ି, ତ୍ରୀନାଥ ଚାପଡ଼ି ଏବଂ ରାୟଗଡ଼ା ଜିଲାର ଛବିଳ କୁମାର ଶବରଙ୍କୁ ଓଡ଼ିଶା ପୁଲିସ ମହାନିର୍ଦେଶକ (ଡିଜିପି) ଏସ୍ ଅଭୟ ଆରକ୍ଷୀ ମହାନିର୍ଦେଶକଙ୍କ ପଦକ (ଡିଜିପି ଡିକ୍ସ ପଦକ) ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋଇନ୍ଦା ନିର୍ଦେଶକ ଲଲିତ ଦାଶ, ଏଡିଜିଆର୍ କେ. ଶର୍ମା, ଆଇଜି(ଅପରେସନ୍‌) ଅମିତା ଠାକୁର, କୋରାପୁଟସ୍ଥିତ ଦକ୍ଷିଣ ଓ ପଶ୍ଚିମ ରେଞ୍ଜ ଡିଆଇଜି ରାଜେଶ ପଣ୍ଡିତ, କଳାହାଣ୍ଡି ଏସ୍‌ପି ଡା. ଶ୍ରବଣ ବିବେକ ଏମ୍, ବଲାଙ୍ଗୀର ଏସ୍‌ପି କୁସଲକର ନିତିନ ଡାଗଡୁ ଓ କେସିଙ୍ଗା ଉପଖଣ୍ଡ ପୁଲିସ ଅଧଆକାରୀ ଏମ୍ ସୁଶ୍ରୀଙ୍କ ସମେତ କଳାହାଣ୍ଡି ଓ ଅନ୍ୟ ଜିଲାର ବହୁ ପୁଲିସ ଅଧିକାରୀ ଯୋଗଦେଇ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories