କଟକର ଅନ୍ୟତମ ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ମହାନଦୀ ବିହାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ରୋଟାରୀଆନ୍ ରାଜଲକ୍ଷ୍ମୀ ପାତ୍ରଙ୍କ ନେତୃତ୍ୱରେ ଏହି ରକ୍ତ ଦାନ କାର୍ଯକ୍ରମ ଅନୁଷ୍ଠିତ ଯାଇଥିଲା। କୋଭିଡ କଟକଣା ଓ ନିୟମ ପାଳନ ପୂର୍ବକ ରକ୍ତ ଦାନ ଶିବିର ପରିଚାଳନା କରାଯାଇଥିଲା। ଏଥରେ କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର କୃଷ୍ଣକୁମାର ଦାସବର୍ମା, ପୂର୍ବତନ ସଭାପତି ସୁଜାତା ମହାପାତ୍ର, ନଟବର ପଣ୍ଡା, ସଞ୍ଜୟ ଛାପୋଲିଆ, ଭାଗ୍ୟଶ୍ରୀ, ଆଲୋକେଶ ମହାପାତ୍ର, ପ୍ରମିଳା ଦାସବର୍ମା ଓ କ୍ଲବର ସେକ୍ରେଟାରୀ ଲଳିତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ।
Popular Categories



