www.samajalive.in
Sunday, December 7, 2025
26.1 C
Bhubaneswar

ଅବକାରୀ ଚଢାଉ: ୫୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ରବିବାର ଭୋରୁ ବିଭିନ୍ନ ଅଂଚଳରେ ଚଢାଉ କରାଯାଇ ୨ ଜଣଙ୍କୁ ଗିରଫ କରାଯିବା ସହ ୫୦ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଡମପଡା ବ୍ଲକ ଅଧିନ ବାଆଁରା ଗ୍ରାମର ଜିତେନ୍ଦ୍ର ରାଉତଙ୍କଠାରୁ ୨୦ ଲିଟର ଏବଂ ଗୋପାଳପୁର ଗ୍ରାମର ରୂପା ଦେଇଙ୍କ ଘରୁ ୩୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇ ସମ୍ପୃକ୍ତ ୨ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲଣ କରିଛି। ଜିଲ୍ଲା ଭାରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀରେ ଏହି ଚଢାଉ କରାଯାଇଥିବା ଅବକାରୀ ଅଧିକାରୀ ଟେଲେସଫର ଲାକ୍ରା ସୂଚନା ଦେଇଛନ୍ତି। ଏଏସଆଇ ଦିପକ କୁମାର ସାମଲ, କନେଷ୍ଟବଳ ସଂଜୟ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମାଝି, ବିଶ୍ୱନାଥ ସୋରେନ୍‍, ଗୀତାଞ୍ଜଳୀ ବେହେରା ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories