www.samajalive.in
Monday, December 8, 2025
27.1 C
Bhubaneswar

ସମଗ୍ର ଭାରତରେ ଆଉ ୧୦୦ଟି ରୋଜଗାର କେନ୍ଦ୍ର ଖୋଲିବ ବେଦାନ୍ତ ଫାଉଣ୍ଡେସନ

ମୁମ୍ବଇ: ବେଦାନ୍ତ ଗ୍ରୁପ୍‍ର ଜନସେବୀ ଶାଖା ବେଦାନ୍ତ ଫାଉଣ୍ଡେସନ ସମଗ୍ର ଦେଶରେ ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ୧୦୦ଟି ନୂତନ ଜୀବିକା ସଂଯୁକ୍ତ କୌଶଳ ତାଲିମ କେନ୍ଦ୍ର ଖୋଲିବା ସମ୍ପର୍କରେ ଘୋଷଣା କରିଛି। ନୂଆ କରି ସ୍ଥାପନ କରାଯାଉଥିବା କେନ୍ଦ୍ରଗୁଡିକ ରୋଜଗାର କେନ୍ଦ୍ର ଭାବରେ ପରିଚିତ ହେବ ଏବଂ ପୂର୍ବରୁ ସମଗ୍ର ଦେଶରେ କାର୍ଯ୍ୟ କରୁଥିବା ୧୭୦ଟି କେନ୍ଦ୍ର ସହିତ ଏହି କେନ୍ଦ୍ରଗୁଡିକ ସ୍ଥାପନ କରାଯାଉଛି। ଚଳିତ ମାସରେ ଏହିଭଳି ୩୭ଟି କେନ୍ଦ୍ର ଖୋଲାଯାଇସାରିଛି। ନିଜର କୁଶଳତା ମଡେଲ ଜରିଆରେ ବେଦାନ୍ତ ଫାଉଣ୍ଡେସନ ଅର୍ଥନୈତିକ ଦୁର୍ବଳ ବର୍ଗରୁ ବେକାର ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ କୁଶଳି କରି ସେମାନଙ୍କୁ ନିଯୁକ୍ତି ସୁଯୋଗ ସହିତ ଯୋଡିବାକୁ ଚାହୁଁଛି। ଏହି ଉଦ୍ଦେଶ୍ୟ ନେଇ ଫାଉଣ୍ଡେସନ ପ୍ରତ୍ୟେକ ରୋଜଗାର କେନ୍ଦ୍ରରେ ସମ୍ଭାବ୍ୟ ନିଯୁକ୍ତି ସୁଯୋଗର ଆକଳନ କରିବାକୁ ଶିଳ୍ପସଂସ୍ଥାଗୁଡିକ ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛି। ରୋଜଗାର କେନ୍ଦ୍ରଗୁଡିକରୁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଥିବା କିଛି କମ୍ପାନୀ ମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ପେଟିଏମ୍‍, ରିଲାଏନ୍ସ, ଗୋଦରେଜ, ଫ୍ଲିପକାର୍ଟ, ଆମାଜନ, ଜେନପାକ୍ଟ, ଏଲଆଇସି ଆଦି ଅନ୍ତର୍ଭୁକ୍ତ। ବେଦାନ୍ତ ଫାଉଣ୍ଡେସନର ଟ୍ରଷ୍ଟି ସୁମନ ଦିଦୱାନିଆ କହିଛନ୍ତି, ୨୦୨୦ରେ ସମଗ୍ର ଦେଶ କୋଭିଡ ସଂକ୍ରମଣର ମୁକାବିଲା କରୁଥିବାବେଳେ ଆମେ ଆମର ବେଦାନ୍ତ ରୋଜଗାର ପ୍ରୟାସ ଆରମ୍ଭ କରିଥିଲୁ। ଏହି ପ୍ରକଳ୍ପ ଅଧୀନରେ ଆମେ ବେକାର ଯୁବଗୋଷ୍ଠୀଙ୍କୁ କୁଶଳତାର ବିକାଶ ସୁଯୋଗ ଯୋଗାଇ ଦେଉଛୁ ଏବଂ ପ୍ରତିଷ୍ଠିତ କମ୍ପାନୀଗୁଡିକରେ ସେମାନେ ଯେଭଳି ନିଯୁକ୍ତି ସୁଯୋଗ ପାଇପାରିବେ, ସେ ଦିଗରେ ସହାୟତା କରୁଛୁ। ବର୍ଷକ ମଧ୍ୟରେ ରୋଜଗାର ପ୍ରକଳ୍ପ ଦ୍ୱାରା ୭୦୦୦ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇସାରିଛି ଏବଂ ଆମର ଆଶା ଯେ ଏହି ପ୍ରକଳ୍ପ ଅଭିବୃଦ୍ଧିଶୀଳ ଭାରତରେ ବେକାରୀ ସମସ୍ୟା ସମାଧାନ ଦିନରେ ସହାୟତା ଜାରି ରଖିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories