www.samajalive.in
Sunday, December 7, 2025
18.1 C
Bhubaneswar

ପୁନଃନିର୍ମିତ ଜାଲିଆନାୱାଲା ବାଗ ସ୍ମାରକକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୁନଃନିର୍ମିତ ଜାଲିଆନାୱାଲା ବାଗ ସ୍ମାରକକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେ ମଧ୍ୟ ସ୍ମାରକର ପୁନଃନିର୍ମିତ ସଂଗ୍ରହାଳୟ ଗ୍ୟାଲେରୀର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସ୍ମାରକ ପରିସରରେ ନବୀକରଣ ପାଇଁ ସରକାର ନେଇଥିବା ଏକାଧିକ ବିକାଶମୂଳକ ପଦକ୍ଷେପ ମଧ୍ୟ ପ୍ରଦର୍ଶିତ ହେବ। ଅନାବଶ୍ୟକ ଏବଂ ଅବ୍ୟବହୃତ ଅଟ୍ଟାଳିକାର ଆବଶ୍ୟକତା ଅନୁଯାୟୀ ପୁନଃ ବ୍ୟବହାର ମାଧ୍ୟମରେ ଚାରୋଟି ସଂଗ୍ରହାଳୟ ଗ୍ୟାଲେରୀ ସୃଷ୍ଟି କରାଯାଇଛି।

ଗ୍ୟାଲେରୀ ଗୁଡିକ ସେହି ସମୟ ମଧ୍ୟରେ ପଞ୍ଜାବରେ ଘଟିଥିବା ଘଟଣାଗୁଡ଼ିକର ଐତିହାସିକ ମହତ୍ବ ପ୍ରଦର୍ଶନ କରୁଛି ଯେଉଁଥିରେ ଅଡିଓ-ଭିଜୁଆଲ୍ ଜ୍ଞାନକୌଶଳ, ପ୍ରୋଜେକସନ ମ୍ୟାପିଂ ଏବଂ ୩-ଡି ମାଧ୍ୟମରେ କଳା ଏବଂ ମୂର୍ତ୍ତି ସ୍ଥାପନର ମିଶ୍ରଣ ହୋଇଛି । ସେହିପରି ୧୩ ଏପ୍ରିଲ, ୧୯୧୯ ରେ ଘଟିଥିବା ଘଟଣାଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଶବ୍ଦ ଏବଂ ଆଲୋକ ପ୍ରଦର୍ଶନ ବ୍ୟବସ୍ଥା କରାଯାଇଛି।

- Advertisement -

ସ୍ମାରକ ପରିସରରେ ଏକାଧିକ ବିକାଶମୂଳକ ପଦକ୍ଷେପ ନିଆଯାଇଛି । ପଞ୍ଜାବର ସ୍ଥାନୀୟ ସ୍ଥାପତ୍ୟ ଶୈଳୀ ସହିତ ଅନୁରୂପ ଭାବେ ବିସ୍ତୃତ ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ଶାହିଡି କୂଅର ମରାମତି ଏବଂ ନିର୍ମାଣ ସହିତ ପୁନଃନିର୍ମାଣ କରାଯାଇଛି। ଜାଲିଆନାୱାଲାର ମଧ୍ୟ ଭାଗରେ, ଅଗ୍ନି ସ୍ମାରକୀ, ମରାମତି ଏବଂ ପୁନଃନିର୍ମାଣ ହୋଇଛି, ଜଳାଶୟକୁ ପୁନରୁଦ୍ଧାର କରାଯାଇ ଏକ ପଦ୍ମ ପୋଖରୀ ରୂପେ ପୁର୍ନଜୀବିତ କରାଯାଇଛି ଏବଂ ଉତ୍ତମ ନୌଚାଳନା ପାଇଁ ପଥଗୁଡ଼ିକ ସଂପ୍ରସାରଣ କରାଯାଇଛି।

କେତେକ ନୂତନ ଏବଂ ଆଧୁନିକ ସୁବିଧା ସୁଯୋଗ ଅର୍ନ୍ତଭୁକ୍ତ କରାଯାଇଛି, ଏଥି ମଧ୍ୟରେ ଯାତାୟତ ପାଇଁ ଚକଚକ୍‍ କରୁଥିବା ର୍ନିଦ୍ଧିଷ୍ଟ ପଥ, ରଣନୀତିକ ଚିହ୍ନଗୁଡ଼ିକର ଆଲୋକୀକରଣ, ଦେଶୀ ବୃକ୍ଷରୋପଣ ସହିତ ସବୁଜ ଗାଲିଚା ଏବଂ ଟାଇଲ ବିଛାଯାଇଛି, ଏବଂ ସମଗ୍ର ବଗିଚାରେ ଗୀତ ଶୁଣିବାପାଇଁ ସ୍ପିକର ଗୁଡିକ ଖଞ୍ଜା ଯାଇଛି। ଏଥି ସହିତ ସାଲଭେସନ୍ ଗ୍ରାଉଣ୍ଡ, ଅମର ଜ୍ୟୋତି ଏବଂ ଫ୍ଲାଗ୍ ମାଷ୍ଟ୍ ଘର ପାଇଁ ନୂତନ କ୍ଷେତ୍ରଗୁଡିକ ବିକାଶ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ରାଜ୍ୟପାଳ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ, ପଞ୍ଜାବର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସାଂସଦ, ଜଲିଆନାୱାଲା ବାଗ ଜାତୀୟ ସ୍ମାରକ ଟ୍ରଷ୍ଟର ସଦସ୍ୟମାନେ ଯୋଗଦେବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories