www.samajalive.in
Thursday, December 11, 2025
16.1 C
Bhubaneswar

ବୌଦ୍ଧ ବ୍ଲକ କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ: ନୂତନ ଭାବେ ଗଠିତ ହୋଇଥିବା ବୌଦ୍ଧ ବ୍ଲକ କଂଗ୍ରେସ କମିଟିର ପ୍ରଥମ କାର୍ୟ୍ୟକାରିଣୀ ବୈଠକ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତର ଚଣ୍ଡୀତଳ ଶୈବ ପୀଠ ଠାରେ ବ୍ଲକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦାନ ପୂର୍ବକ ନୂତନ ଭାବେ ପ୍ରଦେଶ କଂଗ୍ରେସ ଦ୍ୱାରା ମନୋନୀତ ହୋଇଥିବା ବୌଦ୍ଧ ବ୍ଲକ କଂଗ୍ରେସ ସଭାପତିଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଏବଂ ସ୍ୱାଗତ ଜଣାଇଥିଲେ। ଏହା ପରେ ଶ୍ରୀ ମିଶ୍ର ସଭାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ନୂତନ ମନୋନୀତ ବ୍ଲକ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବାସହ ଅଭିନନ୍ଦନ ଜଣାଇଥିଲେ।

ଏତଦ ବ୍ୟତୀତ ବର୍ତମାନର କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ଏବଂ ରାଜ୍ୟ ଶାସନରେ ଥିବା ବିଜେଡ଼ି ଦଳକୁ ନିଶାଣ କରି ସମାଲୋଚନା କରିଥିଲେ। ଦେଶରେ କରୋନା ର ଦ୍ୱିତୀୟ ଲହରୀ ଜାରୀ ରହିଥିବା ବେଳେ ଗରୀବ ଖଟିଖିଆ ଲକଡାଉନ ପାଇଁ ନିଜ ନିଜ ପରିବାରର ଜୀବନ ଜୀବିକା ବଞ୍ଚାଇବା ପାଇଁ ସଂଗ୍ରାମ ଜାରୀ ରଖି ତ୍ରାହି ତ୍ରାହି ଡାକୁଥିବା ବେଳେ କେନ୍ଦ୍ର ସରକାର ଗୋଟାଏ ପରେ ଗୋଟାଏ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ଦରବୃଦ୍ଧି ଘଟାଇବାରେ ଲାଗିଛି ଏବଂ ରାଜ୍ୟର ବିଜେଡ଼ି ସରକାର ଚୁପ ରହିଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ଦ୍ୱାରା ରାଜ୍ୟ ପାଉଥିବା ଆର୍ଥିକ ଅନୁଦାନ ସମୂହକୁ ତାଙ୍କ ଦଳର କର୍ମୀମାନଙ୍କ ଦ୍ୱାରା ହରିଲୁଟ କରାଯାଉଅଛି।

- Advertisement -

ଇନ୍ଦିରା ଗାନ୍ଧୀ ଆବାସ ଯୋଜନାର ନାମକୁ ବଦଳାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ଆବାସ ଆଦି ଯୋଜନା ନାମ କରଣ କରି ଉପଯୁକ୍ତ ହିତାଧିକାରୀଙ୍କୁ ଦିଆ ନଯାଇ ତାଙ୍କ ଦଳର ସରପଞ୍ଚ ମାନେ ହଜାର ହଜାର ଟଙ୍କାରେ ବିକ୍ରୀ କରିଚାଲିଛନ୍ତି। ଏପରି ଭାବେ ପ୍ରତ୍ୟେକ ସରକାରୀ ଯୋଜନାରେ ଗରୀବ ଖଟିଖିଆଙ୍କ ଅର୍ଥକୁ ହରିଲୁଟ କରିବାରେ ଲାଗିଛନ୍ତି। ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଲୁଣ, ଡାଲି ଆଦିର ପ୍ରତ୍ୟେକ ସାମଗ୍ରୀ ଦର ଦୈନନ୍ଦିନ ବଢିବାରେ ଲାଗିଛି ଏବଂ ସାଧାରଣଲୋକଙ୍କ ଉପରେ ଆର୍ଥିକ ବୋଝ ଲଦିବାରେ ଉଭୟ ବିଜେପି ବିଜେଡ଼ି ଦୁହେଁ କୋଳା କୋଳି ହୋଇ କେବଳ ଶସ୍ତା ରାଜନୀତି କରିଚାଲିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ କଂଗ୍ରେସ କର୍ମୀମାନଙ୍କୁ ସଂଗଠିତ ହେବାକୁ ହେବ, ଆମ ଜିଲ୍ଲାରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଛାତ୍ର କଂଗ୍ରେସ ଠାରୁ ଆରମ୍ଭ କରି କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଏକତ୍ରିତ ହୋଇ ଲଢେଇ କରି ଆମ ମାନଙ୍କ ନାର୍ୟ୍ୟ ହକ ଗୁଡିକୁ ପାଇବାରୁ ବଂଚିତ ହେଉଥିବା ବିରୁଦ୍ଧରେ ସ୍ୱର ଉତ୍ତଳୋନ କରିବାକୁ ହେବ ବୋଲି ଜିଲା ସଭାପତି ଶ୍ରୀମିଶ୍ର ମତ୍ତ ପ୍ରଦାନ କରିଥିଲେ। ଆଉ ଅଳ୍ପ କେଇ ମାସ ପରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କର୍ମୀମାନଙ୍କୁ ସଜାଗ ହେବାକୁ ପଡ଼ିବ ଏବଂ ଉଭୟ ବିଜେଡ଼ି ବିଜେପି ସରକାରଙ୍କ ମାରଣ ତାରଣ ନୀତିକୁ ଲୋକଙ୍କୁ ଅବଗତ କରାଇ ପାରିଲେ ଜିଲ୍ଲାରେ ରହିଥିବା ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ସମସ୍ତ ସରପଞ୍ଚ, ସମିତି ସଭ୍ୟ ସବୁ ଆମ କଂଗ୍ରେସ ଦଳର କର୍ମୀମାନେ ହିଁ ବିଜୟୀ ହୋଇ ପାରିବେ ବୋଲି ଶ୍ରୀମିଶ୍ର କହିଥିଲେ।

ବୌଦ୍ଧ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ତ୍ରିପାଠୀ ତାଙ୍କ କର୍ମକର୍ତ୍ତାଙ୍କୁ ଆଗାମୀ ଦିନରେ ଖୁବ ପରିଶ୍ରମ କରିବାକୁ ହେବ ସେଥିପାଇଁ ସଜାଗ ହୁଅ ଏବଂ ଆମେ ଜାଗ୍ରତ ହେଲେ ବିଜୟର ବାନା ନିଶ୍ଚିତ ଭାବେ ଆମରି ଦଳ ହିଁ ଉଡାଇ ପାରିବ ବୋଲି କହିଥିଲେ। ଶ୍ରୀ ତ୍ରିପାଠୀଙ୍କ ବ୍ୟତୀତ ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ଉପ ସଭାପତି ଗଣ୍ଡାଧର ବିଶି, ବିଜୟ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରମୋଦ ପ୍ରଧାନ, ସମ୍ପାଦକ ସୁଧୀର ହୋତା, ମୃତ୍ୟୁଞ୍ଜୟ ମହାକୁଳ, ବୌଦ୍ଧ ବ୍ଲକ ଓବିସି ସେଲ ଅଧ୍ୟକ୍ଷ ଉମେଶ ନାୟକ, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ ପ୍ରମୁଖ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଜିଲ୍ଲା କଂଗ୍ରେସ କମିଟିର ଗଣେଶ ଅଗ୍ରୱାଲ, ତାରିଣୀ ଜେନା, ସାଧାରଣ ସମ୍ପାଦକ ଅର୍ଜୁନ ମହାନନ୍ଦିଆ ଆଦି ଯୋଗ ଦେଇଥିବା ବେଳେ ଉପ ସଭାପତି ସମରେଶ ମିଶ୍ର ଆଜିର ଆୟୋଜିତ ସଭାକୁ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories