www.samajalive.in
Thursday, December 11, 2025
15.1 C
Bhubaneswar

ଭୋଗଡା ପାଇକସାହି ରାସ୍ତାକୁ କେନ୍ଦ୍ରକରି  ଅସନ୍ତୋଷ, ପ୍ରଶାସନିକ ସ୍ତରରେ ସ୍ଥାୟୀ ସମାଧାନ ପାଇଁ ନିବେଦନ 

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରୀ ଥାନା ପଙ୍ଗାରସିଂହ ପଞ୍ଚାୟତ ଅନ୍ତର୍ଗତ ଭୋଗଡା ପାଇକସାହି ରାସ୍ତାକୁ କେନ୍ଦ୍ରକରି ଗ୍ରାମରେ ଦୀର୍ଘ ୧୩ ବର୍ଷ ହେବ ଅସନ୍ତୋଷ ଲାଗି ରହିଛି ।ଏହି ରାସ୍ତା ଯୋଗୁଁ ଗ୍ରାମବାସୀମାନେ ସେମାନଙ୍କ ଦୈନନ୍ଦିନ ଜୀବନ ଯାପନ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କିନ୍ତୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେବା ପରିତାପର ବିଷୟ । ପ୍ରଶାସନ ଏହି ଘଟଣାକୁ ଅତି ହାଲକା ଭାବେ ନେଉଥିବାରୁ ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଅଭାବନୀୟ ପରିସ୍ଥିତି ଆଶଙ୍କାକୁ ଏଡାଇ ଦିଆ ଯାଇ ନପାରେ ।ସମ୍ପୃକ୍ତ ଗ୍ରାମର ୧୧ ନଂ ୱାର୍ଡ ରେ ଥିବା ପାଇକସାହିକୁ ପାଦ ଚଲା ରାସ୍ତା ଥିବାବେଳେ ୨୦୦୮ ମସିହାରେ ସ୍ବର୍ଗତ ଅଗାଧୁ ମାନସିଂହଙ୍କ ତିନି ପୁଅ ରାସ୍ତା ନିର୍ମାଣ କାର୍ୟ୍ୟ କରିବା ପାଇଁ ସେମାନଙ୍କର ନିଜସ୍ୱ କିଛି ଜାଗା ଛାଡିଥିଲେ ଏବଂ ଉଭୟ ପକ୍ଷ ମଧ୍ୟରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା । କିନ୍ତୁ ସେହି ଚୁକ୍ତିକୁ ନମାନି ସାହି ଲୋକମାନେ ସେମାନଙ୍କ ଜାଗା ମଝିରେ ରାସ୍ତା ନିର୍ମାଣ କାର୍ୟ୍ୟ କରିଥିଲେ । ଫଳରେ ମାନସିଂହ ପରିବାରର ତିନି ଭାଇ ପାଚେରୀ କରିବା ପାଇଁ ରାସ୍ତା ଉପରେ ନିଅଁ ଖୋଲିଥିଲେ । ରାସ୍ତା ଖୋଲିଦେବା ଯୋଗୁଁ ଲୋକମାନେ ସେମାନଙ୍କ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବା ଯୋଗୁଁ ବାଘମାରୀ ଥାନାରେ ଅଭିଯୋଗ କରିଥିଲେ । ବାଘମାରୀ ପୁଲିସ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଉଭୟ ପକ୍ଷକୁ ଥାନାକୁ ଡକାଇଥିବାବେଳେ ସେହିଦିନ ରାତିରେ କିଛି ଲୋକ ମାନସିଂହ ଭାଇମାନେ ସରକାରୀ ଜାଗାରେ ଲଗାଇଥିବା କିଛି ଗଛ କାଟିନେଇଥିଲେ । ଏହାପରେ ସେହି ଜାଗାରେ ସେମାନେ ନିର୍ମାଣ କରିଥିବା ଘରୁ ଅନେକ ଜିନିଷ ପତ୍ର ଚୋରି ମଧ୍ୟ ହୋଇଥିଲା । ଏଥିରେ ମାନସିଂହ ପରିବାର ସାହି ଲୋକଙ୍କୁ ଦାୟୀ କରୁଥିବାବେଳେ ସାହି ଲୋକମାନେ ସେମାନେ ନିଜେ ନିଜ ଘର ଭାଙ୍ଗି ସମସ୍ତ ଜିନିଷ ଚୋରି କରି ଆମ ଉପରେ ମିଥ୍ୟାରୋପ କରୁଛନ୍ତି ବୋଲି କହିଛନ୍ତି ।

 

- Advertisement -

ପୁଲିସ କିନ୍ତୁ ଖୋଳାଯାଇଥିବା ରାସ୍ତାକୁ ବନ୍ଦ କରି ଲୋକମାନଙ୍କ ଯାତାୟାତକୁ ସୁଗମ କରିଛି । ମାନସିଂହ ପରିବାରର ଭାଇମାନେ ସାହିର ୧୬ ଜଣଙ୍କ ନାମରେ କେଶ କରିବା ପରେ ସେମାନେ ଘର ଛାଡ଼ି ବାହାରେ ରହି ଉଚ୍ଚ ନ୍ୟାୟାଳୟରୁ ନଟ ଟୁ ଆରେଷ୍ଟ ନିର୍ଦେଶ ଆଣି ଏବେ ଗ୍ରାମକୁ ଫେରିଛନ୍ତି । ଏହି ଘଟଣାରେ ଗ୍ରାମରେ ବାରମ୍ବାର ଭଦ୍ରଲୋକମାନେ ବସି ଘଟଣାର ସମାଧାନ କରିବାକୁ ଚାହିଁ ଥିବାବେଳେ ଉଭୟ ପକ୍ଷଙ୍କ ଜିଦ ଯୋଗୁଁ ଘଟଣାର ସମାଧାନ ହୋଇପାରୁନାହିଁ । ଫଳରେ ଗଣ୍ଡଗୋଳର ଆଶଙ୍କା କରି ପ୍ରଶାସନ ପକ୍ଷରୁ ସାହିର୧୧ ଜଣ ପୁରୁଷ ଏବଂ୨୭ ଜଣ ମହିଳାଙ୍କ ସମେତ ମାନସିଂହ ପରିବାର ନାମରେ୧୦୭ ମାମଲା ହେବା ପରେ ଅସନ୍ତୋଷ ବୃଦ୍ଧି ପାଇଛି । ଆଜି ସମ୍ପୃକ୍ତ ଗ୍ରାମର ମହିଳା ଏବଂ ପୁରୁଷ ମାନେ ତହସିଲଦାରଙ୍କ କୋର୍ଟରେ ହାଜର ହୋଇ ପ୍ରଶାସନିକ ସ୍ତରରେ ଏହାର ସ୍ଥାୟୀ ସମାଧାନ ପାଇଁ ନିବେଦନ କରିଛନ୍ତି । ବାଘମାରୀ ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକ ଘଟଣାର ସମାଧାନ କରିବା ପାଇଁ ବହୁ ଚେଷ୍ଟା କଲା ପରେ ଗ୍ରାମର କିଛି ବ୍ୟକ୍ତିଙ୍କ ଯୋଗୁଁ ସମାଧାନ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି ବୋଲି କହିବା ସହିତ ପ୍ରଶାସନିକ ସ୍ତରରେ ଏହି ଘଟଣାର ସମାଧାନ ହୋଇପାରିବ ବୋଲି କହିଛନ୍ତି । ସମ୍ପୃକ୍ତ ଗ୍ରାମରେ ଆଇନ ଶୃଙ୍ଖଳା ଯେପରି ବ୍ୟାହତ ନହେବ ସେଥିପ୍ରତି ସେ ଦୃଷ୍ଟି ରଖିଛନ୍ତି ବୋଲି କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories