ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଛି। ଇ-ଯାନ ପଲିସି ଉପରେ ରାଜ୍ୟ କ୍ୟାବିନେଟ ମୋହର ମୋହାର ମାରିଛି। ଏଣିକି ବିଦ୍ୟୁତଚାଳିତ ଇଲେକ୍ଟ୍ରିଯାନ ବା ଇ-ଯାନ କିଣିଲେ ସରକାରଙ୍କ ପକ୍ଷରୁ ରିହାତି ପ୍ରଦାନ କରାଯିବ। ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀଙ୍କୁ ଏହି ରିହାତି ମିଳିବ। ଗାଡ଼ି ପଞ୍ଜୀକରଣ ଦେୟ ଓ ରୋଡ ଟ୍ୟାକ୍ସରେ ମଧ୍ୟ ଛାଡ଼ କରାଯିବ। ୨୦୨୫ ସୁଦ୍ଧା ସମସ୍ତ ଯାନର ୨୦% ଇ-ଯାନ ପାଇଁ ବ୍ୟବସ୍ଥା କରାଯାଇଛି।
ରାଜ୍ୟ କ୍ୟାବିନେଟରେ ୧୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଛି। ବାଲି ଖାଦାନକୁ ଅଧିକ ବ୍ୟବସ୍ଥିତ କରିବାକୁ ଆସିବ ପଲିସି। ଓଡ଼ିଶା ସ୍ୟାଣ୍ଡ ମାଇନିଂ ପଲିସିକୁ କ୍ୟାବିନେଟ ମୋହର। ଓଡ଼ିଶା ଭେଟନାରୀ ସର୍ଭିସ କ୍ୟାଡର ସଂଶୋଧନକୁ ମଞ୍ଜୁରୀ। ଆଉ ୪୫୯ ପଦବୀ ବଢ଼ିବ, ୧୪୮୧ ପଦବୀରୁ ବଢ଼ି ୧୯୧୦ ହେବ। ଏଡେଡ କଲେଜ ରିଟାୟାର ବେନିଫିଟ ସ୍କିମକୁ କ୍ୟାବିନେଟ ମଞ୍ଜୁରୀ। କଲେଜ ଅଧ୍ୟକ୍ଷ ଏଣିକି ଷ୍ଟାଫଙ୍କ ପ୍ରୋଭିଜନାଲ ପେନସନ କରିପାରିବେ। ଆଞ୍ଚଳିକ ନିର୍ଦେଶକ କଲେଜ ଅଧ୍ୟକ୍ଷମାନଙ୍କ ପେନସନ କରିପାରିବେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ନିଷ୍ପତ୍ତି। ଏଣିକି ବ୍ଲକ ପକ୍ଷରୁ ସ୍କୁଲର ରକ୍ଷଣାବେକ୍ଷଣ କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।



