www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପିର ମଣ୍ଡଳ ସ୍ତରୀୟ ବୈଠକ 

ବୌଦ୍ଧ  : ବୌଦ୍ଧ ଜିଲା ବିଜେପି ପକ୍ଷରୁ ପୁରୁଣାକଟକ ପୁର୍ତ୍ତ ବଙ୍ଗଳା ଠାରେ ୮ ନମ୍ବର ମଣ୍ଡଳର ପ୍ରଥମ କାର୍ଯ୍ୟକାରୀଣୀ ବୈଠକ ମଣ୍ଡଳ ସଭାପତି ବାମନ ବାରିକଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗ ଦେଇ ଦଳର ନିତି ଆଦର୍ଶ ଓ ଅଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ବୈଠକରେ ୭ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତିରେ ଗୃହିତ ହୋଇଥିଲା। ବିଶେଷ କରି ପୁରୁଣାକଟକ ୮ ନମ୍ବର ମଣ୍ଡଳରେ ଜଳସେଚନର ସମସ୍ୟା, ମରୁଡି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ସ୍ୱାସ୍ଥ୍ୟ ସମସ୍ୟା ଓ ଧାନର ଅଭାବି ବିକ୍ରି ଉପରେ ବ୍ୟାପକ ଦୁର୍ନିତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ମଣ୍ଡଳ କାର୍ଯ୍ୟକାରୀଣୀର ୬୧ ଜଣିଆ ସଦସ୍ୟ ଯୋଗ ଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ଦୂର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଜିଲାର ମଣ୍ଡଳ ପ୍ରଭାରୀ ମାଗୁଣୀ ଗାଇଗୌରିଆ, ସୁଶାନ୍ତ ପ୍ରଧାନ, ଅକ୍ଷୟ ସାହୁ, ପଛ୍ରୁଆ ବର୍ଗ ଜିଲା ମୋର୍ଚ୍ଚା ସଭାପତି ପୁର୍ଣ୍ଣଚନ୍ଦ୍ର ଗାଇଗୌରିଆ, ପ୍ରେମାନନ୍ଦ ମିଶ୍ର , ସୁଶିଲ ଦେହୁରୀ, ସୁବାସ ପ୍ରଧାନ, ରବି ପ୍ରଧାନ, ପ୍ରବୀର ମାହାର, ବୃନ୍ଦାବନ ଦନ୍ତା, ଅଶୋକ ସେଠୀ, ଗରୁଡ ପ୍ରଧାନ, ଶାନ୍ତିଲତା ଦନ୍ତା , ମାଧବ କହଁରଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories