ପ୍ରତିରକ୍ଷା ମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀର ଗସ୍ତ

0

ଶ୍ରୀନଗର : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଜମ୍ମୁ-କାଶ୍ମୀର ଗସ୍ତ କରି ବଲ୍‍ବିର ସେନାଛାଉଣୀ ପରିଦର୍ଶନ କରିବା ସହିତ ବିଭିନ୍ନ ବିଷୟରେ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଛନ୍ତି।

ଶ୍ରୀମତୀ ସୀତାରମଣ ଶ୍ରୀନଗରରେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକ୍‍ଙ୍କୁ ସାକ୍ଷାତ କରି ରାଜ୍ୟର ସୁରକ୍ଷା ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ସୀମା ଆରପଟୁ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ପାଉଛି।  କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ବିରୋଧି କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କର ଜମ୍ମୁ-କାଶ୍ମୀର ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଗମୀ ପୌର ଓ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ମଧ୍ୟ ରାଜ୍ୟପାଳଙ୍କ ସହିତ  ଆଲୋଚନା କରିଛନ୍ତି।ରାଜ୍ୟରେ ସଡ଼କ ପଥରେ ସଂଯୋଗ ବିଶେଷ କରି ଲଦାଖ୍‍ ଅଞ୍ଚଳକୁ ସଡ଼କପଥ ସଂଯୋଗରେ ବିକାଶ ବିଷୟରେ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଏହାପୂର୍ବରୁ ଶ୍ରୀମତୀ ସୀତାରମଣ ଉତ୍ତର କାଶ୍ମୀରସ୍ଥିତ ବଲ୍‍ବିର୍‍ ସେନାଛାଉଣୀ ପରିଦର୍ଶନ କରି ଯବାନମାନଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ। ବଲ୍‍ବିର ସେନାଛାଉଣୀ ପରିଦର୍ଶନ କରିବାରେ ସେ ହେଉଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ।  ତାଙ୍କ ସହ ପଦାତିକ ବାହିନୀ ମୁଖ୍ୟ ଜେନେରାଲ୍‍ ବିପିନ ରାୱତ ମଧ୍ୟ ଯାଇଥିଲେ।

Leave A Reply