www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରଫେସର କିଶୋର କୁମାର ବାସା ଭୁବନେଶ୍ବର ଏମ୍‌ସ ପରିଚାଳନା ପରିଷଦ ସଦସ୍ୟ

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ), ଭୁବନେଶ୍ବରର ପରିଚାଳନା ସଦସ୍ୟ ଭାବେ ପ୍ରଫେସର କିଶୋର କୁମାର ବାସାଙ୍କୁ ମନୋନୀତ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ପ୍ରଫେସର ବାସାଙ୍କୁ ଭୁବନେଶ୍ବର ଏମସ ପରିଚାଳନା ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରଫେସର ବାସାଙ୍କୁ ଏମ୍‌ସ ନିର୍ଦେଶିକା ଡା.ଗୀତାଞ୍ଜଳି ବାତ୍ମାନାବାନେ ଶୁଭେଚ୍ଛା ଜଣାଇଛନ୍ତି। ଚିକିତ୍ସା ବିଜ୍ଞାନ ଶିକ୍ଷା, ରୋଗୀଙ୍କ ଯତ୍ନ ଏବଂ ଗବେଷଣା କ୍ଷେତ୍ରରେ ଭୁବନେଶ୍ବର ଏମସ କିଭଳି ଉତ୍କର୍ଷ ହାସଲ କରିବ ସେଥିପାଇଁ ପ୍ରଫେସର ବାସାଙ୍କ ପରାମର୍ଶ ଓ ମାର୍ଗଦର୍ଶନ ଜରୁରୀ ବୋଲି କହିଛନ୍ତି। ବର୍ତ୍ତମାନ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓର କୁଳପତି ଭାବେ ପ୍ରଫେସର କିଶୋର କୁମାର ବାସା କାର୍ଯ୍ୟ କରୁଛନ୍ତି।

ପ୍ରଫେସର କିଶୋର କୁମାର ବାସା ୧୯୭୩ରେ ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଟପ୍ପର ହୋଇଥିଲେ। ତାଙ୍କର ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ବର୍ଷର ଅଭିଜ୍ଞତା ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭନ୍ନ ଅନୁଷ୍ଠାନରେ ନିର୍ଦେଶକ, ଅଧ୍ୟକ୍ଷ ରହିଥିବା ପ୍ରଫେସର ବାସା କେନ୍ଦ୍ର ସରକାରଙ୍କ ଟାଗୋର୍‌ ନ୍ୟାସ୍‌ନାଲ୍‌ ଫେଲୋସିପ୍‌ ପାଇଥିଲେ। ପ୍ରଫେସର କିଶୋର କୁମାର ବାସା ୯ଟି ପୁସ୍ତକରେ ମୁଖ୍ୟ ସମ୍ପାଦକ ରହିଥିବାବେଳେ ୧୧ଟି ସମ୍ପାଦକ ରହିଛନ୍ତି। ବିଭନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ତାଙ୍କର ୭୯ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ତାଙ୍କ ଅଧୀନରେ ୯ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ଭୋପାଳସ୍ଥିତ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟର ନିର୍ଦେଶକ, ଭାରତୀୟ ନୃତତ୍ତ୍ବ ସର୍ବେକ୍ଷଣର ନିର୍ଦେଶକ, କଲକାତା ଇଣ୍ଡିଆନ୍‌ ମ୍ୟୁଜିୟମ୍‌ର ନିର୍ଦେଶକ, ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଓ ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍, ଆଇକ୍ୟୁଏସି ନିର୍ଦେଶକ, ପ୍ରଥମ ସେଲ୍ଫ ଫାଇନାନ୍‌ସିଂ ନିର୍ଦେଶକ, ନୃତତ୍ତ୍ବ ବିଭାଗ ମୁଖ୍ୟ, ସେଣ୍ଟର୍‌ ଫର ଆଡ୍‌ଭାନ୍ସଡ୍‌ ଷ୍ଟଡ଼ି କୋଅର୍ଡିନେଟର ଆଦି ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories