www.samajalive.in
Monday, December 8, 2025
24.1 C
Bhubaneswar

ସେପ୍ଟେମ୍ବରରୁ ପୁନଃ ଖୋଲିବ କର୍ତ୍ତାରପୁର ସାହିବ

ଇସଲାମାବାଦ: ପାକିସ୍ତାନର କର୍ତ୍ତାରପୁରସ୍ଥିତ ଗୁରୁଦ୍ୱାରା ଦରବାର ସାହିବ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆସନ୍ତା ମାସରୁ ପୁନର୍ବାର ଖୋଲାଯିବ। କୋଭିଡ ସଂକ୍ରମଣ ବ୍ୟାପିବା ପରେ ୨୦୨୦ ମାର୍ଚ୍ଚରୁ ଏହି ଧର୍ମସ୍ଥଳକୁ ବନ୍ଦ କରିଦିଆଯାଇଥିଲା। ଏହା ପୁନର୍ବାର ଖୋଲିବା ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏଠାକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ସମ୍ପର୍କିତ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ପାକିସ୍ତାନର ନ୍ୟାସନାଲ କମାଣ୍ଡ ଆଣ୍ଡ ଅପରେସନ ସେଣ୍ଟର (ଏନସିଓସି) ପକ୍ଷରୁ ରବିବାର ଦିନ ଏକ ବୈଠକ ଡକାଯାଇଥିଲା। ଉକ୍ତ ବୈଠକରେ ଭାରତରୁ ଶିଖ୍‍ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ ପାକିସ୍ତାନର ନାରୋୱାଲ ଜିଲାରେ ଥିବା କର୍ତ୍ତାରପୁର ସାହିବ ଆସିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ପାକିସ୍ତାନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ କର୍ତ୍ତାରପୁର ଆସିବାକୁ ହେଲେ ଶ୍ରଦ୍ଧାଳୁ ସମସ୍ତ ଟିକା ନେବା ସହିତ ସେ ସମ୍ପର୍କିତ ପ୍ରମାଣପତ୍ର ସାଙ୍ଗରେ ଆଣିବେ, ସେଠାକୁ ପ୍ରବେଶ କରିବାର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆରଟି ପିସିଆର ପରୀକ୍ଷା ରିପୋର୍ଟ ଦାଖଲ କରିବେ। ବିମାନ ବନ୍ଦରରେ ସମସ୍ତଙ୍କର ରାପିଡ ଆଣ୍ଟିଜେନ ପରୀକ୍ଷା କରାଯିବ। ସେଥିରେ ଯଦି କୋଭିଡ ସଂକ୍ରମଣ ଉପସ୍ଥିତି ଜଣାଯାଏ ତେବେ ଉକ୍ତ ବ୍ୟକ୍ତିଙ୍କୁ ପାକିସ୍ତାନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଦରବାରରେ ଏକ ସମୟରେ ସର୍ବାଧିକ ୩୦୦ ଶ୍ରଦ୍ଧାଳୁ ସମବେତ ହେବାକୁ ଅନୁମତି ଦିଆଯିବ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories