ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏକ ଟିମ ଆଜି ସକାଳେ ବେଗୁନିଆ ଥାନା ଅନ୍ତର୍ଗତ ବଦପଦର ଏବଂ ରାସୋଳରେ ଥିବା ଆକାଶୀ ଏବଂ କାଜୁ ଜଙ୍ଗଲରେ ମଦ ପ୍ରସ୍ତୁତ ହେଉଥିବା ସମୟରେ ଚଢ଼ାଉ କରିଥିଲେ । ସେଠାରେ ୬ ହଜାର ଲିଟର ପୋଚ ନଷ୍ଟ କରିଥିବା ବେଳେ ୨୪୦ ଲିଟର ପ୍ରସ୍ତୁତ ଦେଶୀ ମଦ ସହିତ ମଦ ପ୍ରସ୍ତୁତ ସରଞ୍ଜାମ ଜବତ କରିଛନ୍ତି । ଆଜି ସକାଳ ୮ ଟାରେ ଖୋର୍ଦ୍ଧା ଅବକାରୀ ଇନ୍ସିପେକ୍ଟର ଭୈରବ ସାହୁ ,ଟାଙ୍ଗି ଅବକାରୀ ଇନ୍ସିପେକ୍ଟର ଆଲୋକକୁମାର ପ୍ରଧାନ ,ମୋବାଇଲ ଇନ୍ସିପେକ୍ଟର ସସ୍ମିତା ହୋତା ,ବେଗୁନିଆ ଥାନା ଏ ଏସ ଆଇ ପୀତବାସ ମହାନ୍ତି ,କନେଷ୍ଟବଳ ଅରୁଣକୁମାର ତ୍ରିପାଠୀ ଏବଂ ଖୋର୍ଧାରୁ ଆସିଥିବା ୧୨ ଜଣ ଏ ପି ଆର ଫୋର୍ସ ଙ୍କ ସହିତ ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ମାଜିଷ୍ଟ୍ରେଟ ଭାବେ ଏହି ଟିମ ସାଙ୍ଗରେ ରହି ବଦପଦର ଆକାସିଆ ଜଙ୍ଗଲରେ ମଦ ପ୍ରସ୍ତୁତ ଚାଲିଥିବାବେଳେ ସେଠାରେ ଚଢ଼ାଉ କରିଥିଲେ ।
ଚଢ଼ାଉ ପୂର୍ବରୁ ଖବର ପାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏହି ଟିମ ସେଠାରେ ୫ ହଜାର ଲିଟର ପୋଚ ନଷ୍ଟ କରିଥିବାବେଳେ ୧୫୦ ଲିଟର ପ୍ରସ୍ତୁତ ଦେଶୀ ମଦ ସହିତ ୧୬ ଟି ବଡ ପ୍ଲାଷ୍ଟିକ ଡ୍ରମ ,୪୦ ଟି ତେଲ ଟିଣ ଏବଂ ୩ ଟି ରସ ଡେକଚି ସହିତ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି ।ସେହିପରି ଏହି ଟିମ ବେଗୁନିଆ ଥାନା ଅନ୍ତର୍ଗତ ରାସୋଳ ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ମଦ ପ୍ରସ୍ତୁତ ହେଉଥିବାବେଳେ ସେଠାରେ ଚଢ଼ାଉ କରିଥିଲେ ।କିନ୍ତୁ ଚଢ଼ାଉର ପୂର୍ବ ସୂଚନା ପାଇ ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇଯାଇଥିଲେ । ସେଠାରେ ଏକ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୯୦ ଲିଟର ପ୍ରସ୍ତୁତ ଦେଶୀ ମଦ ଜବତ କରାଯାଇଛି । ଦୁଇଟି ପୃଥକ ମୋକଦମା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁରହିଛି ।