www.samajalive.in
Thursday, December 11, 2025
13.1 C
Bhubaneswar

୨୩ରୁ ନୂତନ ଗାଡ଼ି ଚାଳନା ଶିକ୍ଷଣୀୟ ଆବେଦନ

ଭୁବନେଶ୍ବର: ଆସନ୍ତା ସୋମବାରଠାରୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଗାଡ଼ି ଚାଳନା ପ୍ରଶିକ୍ଷଣ ଅନୁମତି (ଲର୍ଣ୍ଣିଂ ଲାଇସେନ୍ସ) ଆବେଦନ ଗ୍ରହଣ କରାଯିବ। କରୋନା କଟକଣା ନିୟମ ଅନୁଯାୟୀ ଆବେଦନ ଗ୍ରହଣ କରାଯିବ। ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ୍‌ ୨୨ଠାରୁ ନୂତନ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି ଲାଗି ଆବେଦନ ଉପରେ କଟକଣା କରାଯାଇଥିଲା। ସମ୍ପ୍ରତି ପରିସ୍ଥିତି ସୁଧୁରିବା ପରେ ସରକାରଙ୍କ ନିର୍ଦେଶକ୍ରମେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଗାଡ଼ିଚାଳନା ପ୍ରଶିକ୍ଷଣ ଅନୁମତି ଆବେଦନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ୪ ମାସ ହେବ ତାଲାବନ୍ଦ ଓ ସପ୍ତାହନ୍ତ ବନ୍ଦ ଯୋଗୁଁ ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ପୂର୍ବରୁ ଗାଡ଼ି ଚାଳନା ଶିକ୍ଷଣୀୟ ଲାଗି ଅନୁମତି ପାଇଁ ହୋଇଥିବା ଆବେଦନକୁ ଗତ ୧୧ ତାରିଖରୁ ପରୀକ୍ଷା ଦେବା ଲାଗି ସମୟ ପ୍ରଦାନ କରାଯାଉଛି। ଆବେଦନକାରୀ ଏଥିପାଇଁ ପ୍ରତ୍ୟେହ ସକାଳ ୭ରୁ ରାତି ୧୦ଟା ମଧ୍ୟରେ ପ୍ର‌େ‌ତ୍ୟକ୍ଷ ସେବା ବ୍ୟବସ୍ଥାରେ ସମୟ ନେଉଛନ୍ତି। ଗାଡ଼ି ଚାଳନା ଅନୁମତି(ଡିଏଲ୍‌) ପାଇବା ସମ୍ପର୍କିତ ସେବା ଏବେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚାଲୁ ରହିଛି। ୨୦୨୧ର ଏପର୍ଯ୍ୟନ୍ତ ରାଜ୍ୟରେ ଗାଡ଼ି ଚାଳନା ଶିକ୍ଷଣୀୟ ଅନୁମତି ପାଇବା ଲାଗି ୧,୩୨,୩୯୧ ଜଣ ଆବେଦନ କରିଥିବା ବେଳେ ଗାଡ଼ି ଚଳାଇବା ଲାଗି ୪,୧୨,୧୦୪ ଜଣ ଅନୁମତି ପାଇଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories