www.samajalive.in
Wednesday, December 10, 2025
17.1 C
Bhubaneswar

ନିଖୋଜ ବ୍ୟକ୍ତିଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଲକ୍ଷ୍ମୀପୁର ଗାଁର ମୃତ ହରି କାଶୀଙ୍କ ଚତୁର୍ଥ ପୁଅ ଦେବେନ୍ଦ୍ର କାଶୀ ନିଖୋଜ ଥିବା ନେଇ ବଡଭାଇ ଅର୍ଜୁନ କାଶୀ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି ।

ଅଭିଯୋଗ ଅନୁଯାୟୀ, ଦେବେନ୍ଦ୍ର କାଶୀଙ୍କ ସ୍ତ୍ରୀଙ୍କ ଦେହାନ୍ତ ହେବା ପରେ ସେ ମାନସିକ ବିକୃତ ହୋଇଯାଇଥିଲା । ସେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅକୁ ଆଣି ବଡ ଭାଇ ରଖିଥିଲେ । ଗତ ମଙ୍ଗଳବାର ରାତ୍ରରେ ସମସ୍ତେ ଖାଇ ପିଇ ଶୋଇଥିଲେ । ଉଠି ଦେଖିବା ବେଳେ ଦେବେନ୍ଦ୍ର ଘର ଛାଡ଼ି କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ଗାଁ ଆଖପାଖ ଓ ସବୁ ବନ୍ଧୁବାନ୍ଧବଙ୍କ ଘର ଆଡେ ଖୋଜା ଖୋଜି କରିବା ପରେ କୌଣସି ଅନୁସନ୍ଧାନ ପାଇ ନ ଥିବାରୁ ଶୁକ୍ରବାର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ସେ ଘରୁ ଯିବା ବେଳେ ସବୁଜ ରଙ୍ଗ ସାର୍ଟ, ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ତାଙ୍କର ଉଚ୍ଚତା ୪ଫୁଟ ୬ଇଞ୍ଚ, ଶ୍ୟାମଳ ବର୍ଣ୍ଣର ଲୋକ ବୋଲି ଏତଲାରେ ଦର୍ଶାଯାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories