www.samajalive.in
Saturday, December 6, 2025
26.1 C
Bhubaneswar

ଦୈନନ୍ଦିନ କାର୍ଯ୍ୟ ଡିଜିଟାଲରେ ପରିଚାଳନା ପାଇଁ ଆଗ୍ରହୀ କ୍ଷୁଦ୍ର ବ୍ୟବସାୟୀ

ବେଙ୍ଗାଲୁରୁ/ ଭୁବନେଶ୍ୱର: ଦେଶରେ ଥିବା ନିୟୁତାଧିକ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ ସଂପ୍ରତି ସେମାନଙ୍କର ଦୈନନ୍ଦିନ ବ୍ୟବସାୟିକ କାର୍ଯ୍ୟ ଡିଜିଟାଲ ପଦ୍ଧତିରେ ପରିଚାଳନା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବିଶେଷକରି କୋଭିଡ-୧୯ ବ୍ୟାପିବା ପରେ ଦେଶବ୍ୟାପୀ ତାଲାବନ୍ଦ ଲାଗୁ କରାଯିବା, ଜନସାଧାରଣଙ୍କ ଯାତାୟତ ଉପରେ କଟକଣା, ଦୋକାନ ବଜାର ବନ୍ଦ ରହିବା ଆଦି କାରଣରୁ ଉପଭୋକ୍ତାମାନେ ନିଜ ଘରେ ସୁରକ୍ଷିତ ରହି ସେମାନଙ୍କର ଆବଶ୍ୟକ ସାମଗ୍ରୀ ଇ-କମର୍ସ ଜରିଆରେ ମଗାଇବାକୁ ପସନ୍ଦ କରିଥିଲେ। ତାହାସହିତ ନଗଦ ନୋଟ କାରବାର ମଧ୍ୟ ହ୍ରାସ ପାଇଥିଲା। ଚଳିତ ବର୍ଷ ଦ୍ୱିତୀୟ ଲହର ବ୍ୟାପିବା ପରେ ଅନ୍‍ଲାଇନ ବ୍ୟବସାୟ ବହୁଗୁଣ ବୃଦ୍ଧିପାଇଛି। ତାହାସହିତ ସମୁଦାୟ ବ୍ୟବସାୟିକ ପଦ୍ଧତିର ଡିଜିଟାଇଜେସନ ଘଟୁଛି। ଏଭଳି ଏକ ପରିସ୍ଥିତିରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଏସଏମବି କୈନ୍ଦ୍ରିକ ଫିନଟେକ ଷ୍ଟାର୍ଟଅପ ଫ୍ଲୋବିଜ୍‍ ଏହାର ମାସିକ ସକ୍ରିୟ ବ୍ୟବହାରକାରୀରେ ୨୫୦% ଅଭିବୃଦ୍ଧି ହାସଲ କରୁଛି ଏବଂ ୨୦୨୨ ସୁଦ୍ଧା ୭ ଗୁଣା ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ରଖିଛି। କମ୍ପାନୀ କ୍ଷୁଦ୍ର ବ୍ୟବସାୟ ସଂସ୍ଥାଗୁଡିକୁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ ପରିଚାଳନାକୁ ଡିଜିଟାଇଜ କରିବା ଦିଗରେ ସମର୍ଥ କରାଇ ଭାରତକୁ ସ୍ୱାବଲମ୍ବୀ କରିବା ଦିଗରେ ମଜଭୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ମାଇଁବିଲ୍‍ବୁକ କମ୍ପାନୀର ଫ୍ଲାଗସିପ୍‍ ଉତ୍ପାଦ, ଯାହା ଏସଏମବିଗୁଡିକୁ ବିଲିଂ ଏବଂ ଆକାଉଣ୍ଟିଂ କ୍ଷେତ୍ରରେ ସହାୟତା କରୁଛି ଏବଂ ୨୦୨୧ ମଧ୍ୟରେ ଏହାର ମୋଟ ୫ ନିୟୁତ ଡାଉନଲୋଡ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories