କଟକ: ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଅଭୟ ଆଜି ଅପରାହ୍ଣରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡିସିପି ଭୁବନେଶ୍ୱର ଓ ଡିସିପି କଟକ ଙ୍କ ସମେତ ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ। କଟକ-ଭୁବନେଶ୍ୱରର ପୁଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ରେଳବାଇ, ନିର୍ଦ୍ଦେଶକ ଏସସିଆରବି, ନିର୍ଦେଶକ ଗୁଇନ୍ଦା ବିଭାଗ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ କ୍ରାଇମବ୍ରାଞ୍ଚ ଓ ଆଇଜି କ୍ରାଇମବ୍ରାଞ୍ଚ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା),ଆଇ.ଜି (ହେଡକ୍ୱାର୍ଟସ),ଆଇ.ଜି (ପ୍ରୋଭିଜନିଂ),ଆଇ.ଜି (କାର୍ମୀକ) ଓ ଆଇ.ଜି (କେନ୍ଦ୍ରାଞ୍ଚଳ) ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଗୁଡିକର ସମୀକ୍ଷା କରାଯାଇଥିଲା
(୧) ବିଧାନସଭା ଅଧିବେଶନର ପ୍ରସ୍ତୁତି
(୨) ମୋ ସରକାର ର ସମୀକ୍ଷା
(୩) ମାଲଖାନାଗୁଡିକୁ କମ୍ପ୍ୟୁଟରୀକରଣ କରାଯିବା ସର୍ମ୍ପକରେ ସମୀକ୍ଷା
(୪) ଅପରାଧ ଓ ତଦନ୍ତ ସମ୍ପର୍କୀତ କାର୍ୟ୍ୟଗୁଡିକର ଡିଜିଟାଇଜେସନ
(୫) ନୂତନ ଭାବେ ନିର୍ମିତ ହୋଇଥିବା ବିଲିଡିଂ ଗୁଡିକର ଦାୟିତ୍ୱ ଏବଂ ସେଗୁଡିକୁ ନିଜ ଅଧିନକୁ ଆଣିବା
(୬)ଜୁଲାଇ ମାସରେ ମାନୁଆଲ୍ ମାସିକ ଅପରାଧ ରିପୋର୍ଟ (ଏମ୍ ସି ଆର୍) ସହିତ ସିସିଟିଏନ୍ଏସ୍ ମାଧ୍ୟମରେ ମାସିକ ଅପରାଧ ରିପୋର୍ଟ (ଏମ୍ ସି ଆର୍) ର ତୁଳନା ସମ୍ପର୍କରେ
(୭) ଆନ୍ତ୍ରୀକ ସୁରକ୍ଷା ପଦକ ନିମନ୍ତେ ମନୋନୟନ ପ୍ରକ୍ରିୟା (ନୂଆ ଏବଂ ପୁରୁଣା)
(୮) ଏନ୍ବିଡବ୍ଲୁ ଡ୍ରାଇଭର ପ୍ରଗତି
(୯) ନୂତନ କୋଭିଡ ଗାଇଡ ଲାଇନ
(୧୦) ବିଚାରଧୀନ ତଦନ୍ତ ଗୁଡିକ ସମ୍ପର୍କରେ
(୧୧) ପୁଲିସ ଷ୍ଟେସନ ଗୁଡିକର ସିସିଟିଭି କାର୍ୟ୍ୟକ୍ଷମ ସମ୍ପର୍କରେ



