www.samajalive.in
Monday, December 8, 2025
24.1 C
Bhubaneswar

କୋଟିଆ ପ୍ରସଙ୍ଗରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ପିସିସି ସଭାପତି

ଭୁବନେଶ୍ୱର : ଗତକାଲି ଦଳମତ ନିର୍ବିଶେଷରେ ଯେଉଁଭଳି ଭାବରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, କୋରାପୁଟ ଜିଲ୍ଳାର ବିଧାୟକ ବନ୍ଧୁ ଏବଂ ରାଜ୍ୟ ପ୍ରଶାସନ କୋରାପୁଟର କୋଟିଆ ବିବାଦ ପ୍ରସଙ୍ଗରେ ମିଳିତ ଭାବରେ ଆନ୍ଧ୍ର ପ୍ରଶାସନ ଓ ରାଜନେତାମାନଙ୍କୁ ପ୍ରତିହିତ କଲେ ତାହାହିଁ ସମୟ ଓ ପରିସ୍ଥିତିର ଆବଶ୍ୟକତା ଥିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହା ସହ କୋଟିଆ ବିବାଦ ପ୍ରସଙ୍ଗରେ ଏକଜୁଟ ହୋଇଥିବା ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ରାଜ୍ୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏଥିପ୍ରତି ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଯେଉଁ ଅଯଥା ବିବାଦ ସୃଷ୍ଟିକରୁଛି ତାହାକୁ ବହୁପୂର୍ବରୁ ଏହିଭଳି ଢଙ୍ଗରେ ପଣ୍ଡ କରିବାର ଆବଶ୍ୟକତା ଥିଲା । ଆମର ସଂକୀର୍ଣ୍ଣ ରାଜନୈତିକ ମାନସିକତା ଏବଂ ସ୍ୱାର୍ଥପରତା ଯୋଗୁଁ ଆଜି ଆମେ ମହାନଦୀର ହକ ଜଳ ପାଇବାରୁ ବଞ୍ଚିତ ହେଲୁ ଏବଂ ପୋଲଭରମ ଜଳପ୍ରକଳ୍ପ ଭଳି ଘଟଣାର ପୁନରାବୃତି ନଘଟୁ । ଓଡ଼ିଶାର ସ୍ୱାର୍ଥକୁ ସର୍ବାଗ୍ରେ ରଖି ମଧୁବାବୁ, ଗୋପବନ୍ଧୁଙ୍କୁ ସ୍ମରଣ କରି ଓଡ଼ିଶାର ମାଟିକୁ ରକ୍ଷା କରିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories