www.samajalive.in
Monday, December 8, 2025
24.1 C
Bhubaneswar

ଦେବଗିରୀରେ ବୋଲବମ ଭକ୍ତଙ୍କ ଜଳାଭିଷେକ

କଲ୍ୟାଣସିଂହପୁର : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପ୍ରାୟ ୨ କିମି ଦୂରରେ ଥିବା ଦେବଗିରୀ ପାହାଡ଼ରେ ବୋଲବମ ଭକ୍ତ ମାନେ ଜଳାଭିଷେକ କରୁଥିବା ଦେଖିବାକୁ ମିଳିଛି । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବିନା ଭକ୍ତରେ ସମସ୍ତ ଦେବାଳୟ ରେ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଉଥିଲା ।କିନ୍ତୁ କୌଣସି ଭକ୍ତଙ୍କୁ ଦର୍ଶନପାଇଁ ଛଡା ଯାଉ ନଥିଲା । ବର୍ତ୍ତମାନ କରୋନା ମହାମାରୀ ହ୍ରାସ ପାଉଥିବା ଦେଖାଯିବା ସହ ଆଜି ଠାରୁ ସମସ୍ତ ଦେବାଳୟ ଖୋଲା ଯାଇଥିବାରୁ ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ସ୍ଥାନୀୟ ତ୍ରିବେଣୀ ଘାଟରୁ ଭକ୍ତ ମାନେ ସ୍ନାନ ସାରି ବାଲୁକା ଲିଙ୍ଗ ସ୍ଥାପନ କରିବା ପରେ ମହାଦେବ ଙ୍କୁ ସ୍ମରଣ କରି ପଞ୍ଚାକ୍ଷରି ମନ୍ତ୍ର ଜପି ପାଣି ଭାର ଧରି ଦେବଗିରୀ ପାହାଡ଼ ଚଢ଼ି ଶିବଙ୍କ ମସ୍ତକରେ ଜଳାଭିଷେକ କରିଥିଲେ । ଏଥିରେ ଛୋଟ ପୁଅ ଝିଅ ମାନେ ମଧ୍ୟ ଜଳାଭିଷେକ କରି ମନସ୍କାମନା ପୂର୍ଣ କରିଥିଲେ ।ସେହିପରି ସ୍ଥାନୀୟ ବୁଧେଲିଙ୍ଗେଶ୍ୱର, ସୁନାଖଣ୍ଡିରେଥିବା ଆଖେଣ୍ଡଳଶ୍ବର ସତୀତୋଟା, ନାରାୟଣପୁର ,ପଲମା,ଶିକରପାଇ,କରାପା, ସେରିଗୁମା ଶିବମନ୍ଦିର ଠାରେ ବୋଲବମ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories