www.samajalive.in
Monday, December 8, 2025
13.1 C
Bhubaneswar

ପରିଚୟର ପ୍ରତିଷ୍ଠା ଦିବସ ପାଳିତ : ୨୧ ଜଣଙ୍କ ଶରୀର ଦାନ ସଂକଳ୍ପ

ସମ୍ବଲପୁର : ସମ୍ବଲପୁରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପରିଚୟ’ର ଷଷ୍ଠ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି । ବିଗତ ୬ ବର୍ଷ ଧରି ବିଭିନ୍ନ ମାନବ ସେବା କାର୍ଯ୍ୟରେ ନିୟୋଜିତ ଏହି ଅନୁଷ୍ଠାନର ପ୍ରତିଷ୍ଠା ଦିବସ ସହରର ଉପକଣ୍ଠସ୍ଥ ଏମ୍ସ ମହାବିଦ୍ୟାଳୟ ଠାରେ କୋଭିଡ କଟକଣା ମଧ୍ୟରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସମ୍ବଲପୁର ଜିଲା ପୁଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି, ଅତିରିକ୍ତ ଉପ ଜିଲାପାଳ ଅଞ୍ଜଲୀନା ପ୍ରଧାନ, ଡା. ଜାଗୃତୀ ପାତ୍ର, ଡ. ଯଶପ୍ରିତ ସିଂହ ସମ୍ମାନୀତ ଅତିଥି ଏବଂ ଏମ୍ସ ମହାବିଦ୍ୟାଳୟର ମୁଖ୍ୟ ଶ୍ରୀନିବାସ ପାତ୍ର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ବିଗତ ୬ ବର୍ଷ ହେବ ଏହି ଅନୁଷ୍ଠାନ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲା ଗୁଡିକରେ ରାଜରାସ୍ତା ଓ ଗଳିକନ୍ଦି ଆଦିରେ ଘୁରି ବୁଲୁଥିବା ୨୧୯ ଜଣ ମାନସିକ ରୋଗୀଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କର ଚିକିତ୍ସା ଓ ବିଭିନ୍ନ ଆଶ୍ରୟସ୍ଥଳୀରେ ଥଇଥାନ କରିବା କାର୍ଯ୍ୟ କରି ଆସୁଛି । ଏ ପର୍ଯ୍ୟନ୍ତ ୧୨୬ ଜଣ ମାନସିକ ରୋଗୀ ସମ୍ପୁର୍ଣ୍ଣ ନିରୋଗ ହୋଇ ସେମାନଙ୍କର ପରିବାର ନିକଟକୁ ଫେରି ଯାଇଛନ୍ତି । ଏହା ସହିତ ଅଚିହ୍ନା ଶବ ସତ୍କାର, ଦୁର୍ବିପାକ ସମୟରେ ରିଲିଫ ବଣ୍ଟନ, କରୋନା ମହାମାରୀ ସମୟରେ ପ୍ଲାଜମା ଦାନ, ଖାଦ୍ୟ ବଣ୍ଟନ ଆଦି ବିଭିନ୍ନ ମାନବୀୟ ସେବା ପରିଚୟ ଅନୁଷ୍ଠାନ ପକ୍ଷରୁ କରାଯାଇଛି।

- Advertisement -

ପରିଚୟର ପ୍ରତିଷ୍ଠା ଦିବସ ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଉପ ଜିଲାପାଳ ଅଞ୍ଜଲିନା ପ୍ରଧାନଙ୍କ ସମେତ ଅନୁଷ୍ଠାନର ସଦସ୍ୟ ବିପିନ ବିହାରୀ ପଣ୍ଡା, ଶ୍ରୀମନ୍ତ ପାତ୍ର, ସୁନୀଲ ମହାପାତ୍ର, ଅବିନାଶ ମିଶ୍ର, ଚୈତନ୍ୟ ନାୟକ, ବିଦ୍ୟାର୍ଣ୍ଣ ପଣ୍ଡା, ମଳୟ କୁମାର ଦାଶ, ସୁକାନ୍ତ କୁମାର ଦାଶ, ଆଶିଷ ମିଶ୍ର, ପରିଚିତା ପଣ୍ଡା, ଧନେଶ୍ୱର ବିଭାର, ଜୟନ୍ତୀ ରଥ, ଲୀଲିରାଣୀ ପଟେଲ, ପ୍ରଜ୍ଞା ପରିମିତ ନନ୍ଦ, ରୁନା ଚରଣ ପଣ୍ଡା, ବିଶ୍ୱଜିତ ଶତପଥୀ, ଦେବାଶିଷ ମହାନ୍ତି, ଛବିରାଣୀ ପଣ୍ଡା ଓ ସୋନାଲିସା ବିଶ୍ୱାଳଙ୍କ ସମେତ ସମୁଦାୟ ୨୧ ଜଣ ମୃତ୍ୟୁ ଉପରାନ୍ତେ ସମ୍ପୁର୍ଣ୍ଣ ଶରୀର ଦାନ ପାଇଁ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରଜ୍ଞା ପରିମିତା ନନ୍ଦ, ଆୟୁଶୀ ହୋତା, ରାଜେନ୍ଦ୍ର ଗୌଡ, ଅବିନାଶ ମିଶ୍ର, ନୀଳକଣ୍ଠ ସ୍ୱାଇଁ, ବିକି ମହନ୍ତ, ଆଦି ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଶ୍ରୀମନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories