www.samajalive.in
Saturday, December 13, 2025
14.1 C
Bhubaneswar

ପୁରୀ ଜିଲା ବାହାର ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ମୃତଦେହ ସତ୍କାର ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ମିଳିଲା ଅନୁମତି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସ୍ବର୍ଗଦ୍ବାରରେ ମୃତଦେହ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା କୋହଳ କରିଛନ୍ତି। ଏହି ପରିପ୍ରେକ୍ଷିରେ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ଜିଲା ବାହାର ଲୋକଙ୍କ ମୃତଦେହ ସତ୍କାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ବି ପୁରୀ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି। ଆଜି ପୁରୀ ସ୍ବର୍ଗଦ୍ବାରରେ ଜିଲା ବାହାର ଲୋକଙ୍କ ମୃତଦେହ ସତ୍କାର ଏବଂ ମହୋଦଧିରେ ଅସ୍ଥି ବିସର୍ଜନ କଟକଣାକୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରତ୍ୟାହାର  କରି ନେଇଛି।

ପ୍ରାଥମିକ ପର୍ଯ୍ୟାୟରେ ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ  ମୃତଦେହ ସତ୍କାର ସମୟରେ କୋଭିଡ ନିୟମ ଅନୁପାଳନ ପୂର୍ବକ ୧୦ଜଣ ଉପସ୍ଥିତ ରହିବା ପାଇଁ ଅନୁମତି ଦିଆଯାଇଛି। ତେବେ କରୋନା ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିଲେ ସେହି ମୃତଦେହକୁ ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ସତ୍କାର ପାଇଁ ଅନୁମତି ମିଳିପାରିବ ନାହିଁ।  ପୁରୀ ସ୍ବର୍ଗଦ୍ବାର ଶ୍ମଶାନରେ ମୃତଦେହ ସତ୍କାର ପାଇଁ ପଞ୍ଜିକରଣ ବେଳେ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ  ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ଯେ ଆସନ୍ତା ୧୬ରୁ ସର୍ବସାଧାରଣଙ୍କ ପାଇଁ ସ୍ୱର୍ଗଦାର ଖୋଲିବ। ସ୍ବର୍ଗଦ୍ବାରରେ ପୁରୀ ଜିଲା ବାହାର ଲୋକେ ଶବଦାହ କରିପାରିବେ। କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିବେ। ପୁରୀ ସ୍ବର୍ଗଦ୍ବାରରେ ସତ୍କାର ପାଇଁ ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories