www.samajalive.in
Thursday, December 11, 2025
15.1 C
Bhubaneswar

ରାସ୍ତା ଉପରେ ଧାନ ରୋଇ ପ୍ରତିବାଦ ଜଣାଇଲେ ଗ୍ରାମବାସୀ

ନବରଙ୍ଗପୁର :  ନବରଙ୍ଗପୁର ବ୍ଲକ ବଡ କୁମୁଲି ପଞ୍ଚାୟତର ତେଲିଗୁଡା ଗ୍ରାମର କାଦୁଅ ରାସ୍ତାରେ ଧାନ ରୋଇ ଗ୍ରାମବାସୀ  ପ୍ରତିବାଦ ଜଣାଇଛନ୍ତି।
ନବରଙ୍ଗପୁର ବ୍ଲକ ଉପକଣ୍ଠରେ ଥିବା ତେଲିଗୁଡା ଗ୍ରାମର ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ପ୍ରଶାସନ ନିକଟରେ ବହୁବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉନଥିବା ଅଭିଯୋଗ କରି ଗ୍ରାମବାସୀ ମାନେ ଶେଷରେ ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରିଛନ୍ତି । ଗ୍ରାମବାସୀ ମାନେ ରାସ୍ତା ମଝିର ଆଣ୍ଠୁଏ କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି | ରାସ୍ତା ନିର୍ମାଣ ରେ ଅହେତୁକ ବିଳମ୍ବ ହେଉଥିବାରୁ ଏହା ବିରୋଧରେ ପ୍ରତିବାଦ ଜଣାଇଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟ।ଳୟ ଠାରୁ ମାତ୍ର ୧୦୦  ମିଟର ଦୂରରେ ଥିବା ଏହି ରାସ୍ତା ଉପରେ ୩ଟି ବ୍ଲକ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ଓ ଆଖପାଖ ଗ୍ରାମବାସୀ ମାନେ ନିର୍ଭରଶୀଳ। ତେବେ ଦୀର୍ଘ ବର୍ଷ ଧରି ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇ ପାରିନାହିଁ । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ନେଇ ଗ୍ରାମବାସୀ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ମାଝୀ  ଅଭିଯୋଗ କରିଛନ୍ତି।
ପ୍ରତ୍ୟେକ ଗ୍ରାମକୁ ପକ୍କା ସଡକ ପାଇଁ  ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ପ୍ରଶାସନର ମନୋମୁଖୀ କାରବାର ଯୋଗୁଁ ରାସ୍ତା ନିର୍ମାଣ ହୋଇପାରୁନଥିବା ଅଭିଯୋଗ କରି ଗ୍ରାମବାସୀ ମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପିଣ୍ଟୁ ମିଶ୍ର, ସୁଭମ ଚୌଧୁରୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories