www.samajalive.in
Tuesday, December 9, 2025
16.1 C
Bhubaneswar

୨ ବଡ଼ ଦୋକାନରୁ ୧୬ ଲକ୍ଷ ଚୋରି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗୋଟିଏ ରାତିରେ ଦୁଇଟି ଶୋ’ରୁମ ତଥା ବଡ ଦୋକାନର କ୍ୟାସ କାଉଣ୍ଟରରୁ ୧୬ ଲକ୍ଷ ଟଙ୍କା ଚୋରି ହୋଇଛି । ଚୋର ଦଳ ଦୋକାନର ପଛପଟ କବାଟ ଭାଙ୍ଗି ଭିତରକୁ ପଶି କଳାକନା ବୁଲାଇବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ସାଇଣ୍ଟିଫିକ ଟିମ ସହ ଉଭୟ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି।

ଗେଟବଜାର-ନୂଆ ବସଷ୍ଟାଣ୍ଡ ରୋଡ଼ ଶିବ ମନ୍ଦିର ସମ୍ମୁଖରେ ଥିବା ଏସିଆନ ସୁପର ବଜାର ତଥା ଫୁଟୱେର ନାମକ ଶୋ’ରୁମ ଭିତରେ ଥିବା ୩ ଟି କାଉଣ୍ଟରରୁ ୮ଲକ୍ଷ ୪ ହଜାର ଟଙ୍କା ଚୋରି ହୋଇଥବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଶୋ’ରୁମ ମାଲିକ ମହମ୍ମଦ ଇରଫାନ ସକାଳୁ ଚାବି ଖୋଲି ଭିତରକୁ ପଶିବା ପରେ ଚୋରି ହୋଇଥିବା ଜାଣି ପୁଲିସକୁ ଜଣାଇଥିଲେ । ସେହି ଶୋ’ରୁମର ଉପର ମହଲାର ପଛପଟ ଓ ସମ୍ମୁଖ କବାଟ ଭାଙ୍ଗି ଚୋରଦଳ ତଳ ମହଲାକୁ ଆସି ଟଙ୍କା ନେଇଥିବା ସ୍ପଷ୍ଟ ହୋଇଛି । ସେଠାରେ ଏଏସଆଇ ନାରାୟଣ ସ୍ୱାଇଁ ତଦନ୍ତ ଚଳାଇଛନ୍ତି । ସେହିପରି ଏହି ଥାନା ଅନ୍ତର୍ଗତ ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପାର୍ଥି ପ୍ଲାଏଉଡ଼ ଆଣ୍ଡ ଇଲେକ୍ଟ୍ରିକାଲ ଦୋକାନର କ୍ୟାସ କାଉଣ୍ଟରରୁ ପ୍ରାୟ ୮ ଲକ୍ଷ ଟଙ୍କା ଚୋରି ହୋଇଥିବା ଏହାର ମାଲିକ ରବି କିରନ ଅଭିଯୋଗ କରିଛନ୍ତି । ସେଠାରେ ଏସଆଇ ବିଭୁତି ସେଠି ଓ ସାଇଣ୍ଟିଫିକ ଟିମ ତଦନ୍ତ ଚଳାଇଛନ୍ତି ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories