www.samajalive.in
Monday, December 8, 2025
24.1 C
Bhubaneswar

ନେତାଜୀ ଭବନର ଉଦଘାଟନ ସହ ସୁଭାଷବାଦ ସଂକ୍ରାନ୍ତରେ ପ୍ରଚାର ଅଭିଯାନ ଆରମ୍ଭ କଲା ଅଲ୍‌ ଇଣ୍ଡିଆ ଫରୱାର୍ଡ଼ ବ୍ଲକ

କଣ୍ଟାବାଞ୍ଜି: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ଅଗଷ୍ଟ -୯ କ୍ରାନ୍ତି ଦିବସଠାରୁ ୨୧ ଅକ୍ଟୋବର ଆଜାଦ ହିନ୍ଦ ସରକାରର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ସୁଭାଷବାଦୀ ବିଚାରଧାରାର ବ୍ୟାପକ ପ୍ରଚାର ଅଭିଯାନକୁ ସଂଗଠିତ କରି ନେତାଜୀଙ୍କ ଆଦର୍ଶରେ ଜନଗଣଙ୍କୁ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ନିଆଯାଇଛି। ଆଜି ବଲାଙ୍ଗୀର ଜିଲ୍ଲାର ଏକ ଅବହେଳିତ ଗ୍ରାମ ଖଗସାରୁ ଏହି କାର୍ଯ୍ୟକ୍ରମର ଅୟମାରମ୍ଭ କରିଛନ୍ତି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର। ଖଗସାଠାରେ ଜଗନ୍ନାଥ ମହାନନ୍ଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ ଉଦଘାଟନ କରି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ତାଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ ବାହିନୀର କ୍ରାନ୍ତିକାରୀ ଭୂମିକା ଅବର୍ଣ୍ଣନୀୟ । ନେତାଜୀ ଦେଶର ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିବା ବେଳେ ତାଙ୍କର ସ୍ୱପ୍ନ ଥିଲା ‘ସ୍ୱାଧୀନୋତ୍ତର ଭାରତ ବର୍ଷରେ ଦେଶ ଶାସନର ଡୋରି ସାଧାରଣ ଜନତାଙ୍କ ହାତରେ ରହିବ । ଦେଶର ଜନତା ନେବେ ଶାସନ ପରିଚାଳନା ସଂକ୍ରାନ୍ତରେ ସମସ୍ତ ନିଷ୍ପତ୍ତି। କିନ୍ତୁ ବିଡମ୍ବନାର ବିଷୟ ଆଜି ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ । ଆଜି ବି ଦେଶର ଜନତା ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି । ୭୫ ବର୍ଷର ସ୍ୱାଧୀନତା ପରେ ମଧ୍ୟ ଦେଶର ଜନଗଣଙ୍କ ଦୁର୍ଦଶା କହିଲେ ନସରେ । ଦୁର୍ନୀତି, ଭ୍ରଷ୍ଟାଚାର, ଆର୍ଥିକ ଶୋଷଣ, ଦରଦାମ ବୃଦ୍ଧି, ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅଭାବ ସାଙ୍ଗକୁ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଘରୋଇକରଣ ଭଳି ସମସ୍ୟାରେ ଜନତା ପେଶୀ ହେଉଥିବା ବେଳେ ଆମ ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରମାନେ ସେଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁଃଖର ବିଷୟ। ସାରା ଦେଶରେ ତୈଳ ଦର ଅହେତୁକ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସ୍ୱାର୍ଥରେ କାର୍ୟ୍ୟ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ଅଭିଯୋଗ କରିଛନ୍ତି । ଦେଶ ତଥା ଦେଶବାସୀଙ୍କ ଦୁର୍ଦଶାରୁ ମୁକ୍ତି ପାଇଁ ନେତାଜୀ ସୁଭାଷ ଚନ୍ଦ୍ରଙ୍କ ମାର୍ଗ ‘ସୁଭାଷବାଦ’ ହିଁ ଏକ ମାତ୍ର ବିକଳ୍ପ ବୋଲି ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ଜନଗଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଫରୱାର୍ଡ଼ ବ୍ଲକର ସାଥିମାନଙ୍କୁ ଆହ୍ୱାନ କରିଥିଲେ।

ଏହି ଅବସରରେ ଖଗସାଠାରେ ଫରୱାର୍ଡ଼ ବ୍ଲକର କଣ୍ଟାବାଞ୍ଜି-ତୁରେଇକେଲା ବ୍ଲକ ଆଞ୍ଚଳିକ କାର୍ୟ୍ୟାଳୟ ନେତାଜୀ ଭବନକୁ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଉଦଘାଟନ କରିଥିଲେ।

- Advertisement -

ଏହି କାର୍ୟ୍ୟକ୍ରମରେ ଫରୱାର୍ଡ଼ ବ୍ଲକର ବଲାଙ୍ଗୀର ଜିଲ୍ଲା ସମ୍ପାଦକ ସୁଶୀଲ କୁମାର ଥାନପତିଙ୍କ ସମେତ ଗଣେଶ, ଶୁଭିଲ, ବୁଜୁ, ଅଭି, ଅଜିତ, ତ୍ରୀନାଥ, ସୁବାଶ, ଧର୍ମୁ, ଓଶୋକ, ଚରଣ, ଭୀମ, ରୁପେଶ, ରୋହିତ, ପିଣ୍ଟୁ, ଦମ୍ବରୁ, ଆକାଶ, ଭୁପେନ୍ଦ୍ର, ଜିତେନ୍ଦ୍ର, ଗୋପନ, ମନୋଜ, ରଘୁରାଜ, ଉତ୍ତକଲ, ମନ, ତେଜୁ, ସୁରେନ୍ଦ୍ର, କିଶୋର, ମୁକେଶ ପ୍ରମୁଖ ନେତୃତ୍ୱ ନେଇଥିଲେ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories