www.samajalive.in
Thursday, December 11, 2025
15.1 C
Bhubaneswar

ଶ୍ରୀନଗରରେ ଉଡିଲା ୧୦୦ ଫୁଟ ଉଚ୍ଚ ଭାରତର ଜାତୀୟ ପତାକା

ଶ୍ରୀନଗର: ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରରେ ୧୦୦ ଫୁଟ ଉଚ୍ଚତାର ଭାରତୀୟ ଜାତୀୟ ପତାକା ସ୍ଥାପନ କରାଯାଇଛି। ଶ୍ରୀନଗରର ଐତିହାସିକ ହରି ପବର୍ତରେ ଏହାକୁ ସ୍ଥାପନ କରାଯାଇଛି। ଏହା କାଶ୍ମୀରରେ ସବୁଠାରୁ ଉଚ୍ଚ ଜାତୀୟ ପତାକା ବୋଲି ଜଣାଯାଇଛି। ଏହି ପତାକା ପାଇଁ ଖମ୍ବ ସ୍ଥାପନ କରିବାକୁ ଚଳିତ ବର୍ଷ ଫେବ୍ରୁଆରୀରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ନିକଟରୁ ଅନୁମତି ମିଳିବା ପରେ ଏହାକୁ ସ୍ଥାପନ କରାଯାଇଛି। ଏଥିପାଇଁ ସୋଲାର ଇଣଷ୍ଟ୍ରିଜ ଇଣ୍ଡିଆ ଲିମିଟେଡ ପୃଷ୍ଠପୋଷକତା ଯୋଗାଇ ଦେିଛି।

ସୂଚନାଯୋଗ୍ୟ ଯେ ଭାରତୀୟ ଫ୍ଲାଗ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଏହିଭଳି ସୁଉଚ୍ଚ ଜାତୀୟ ପତାକାମାନ ସ୍ଥାପନ କରାଯାଉଥିବାବେଳେ ଶ୍ରୀନଗରରେ ଏହିଭଳି ଏକ ଜାତୀୟ ପତାକା ସ୍ଥାପନ ପ୍ରସ୍ତାବ ଦିଆଯାଇଥିଲା। ଏହି ଖମ୍ବରେ ଲାଗୁଥିବା ଭାରତର ଜାତୀୟ ପତାକାର ଲମ୍ବ ୩୬ ଫୁଟ ଏବଂ ପ୍ରସ୍ଥ ୨୪ ଫୁଟ। ଏହା ସ୍ଥାପନ କରାଯାଇଥିବା ହରି ପର୍ବତ ଶ୍ରୀନଗରସ୍ଥିତ ଡାଲ ହ୍ରଦର ପଶ୍ଚିମକୁ ରହିଛି। ଏହା ମଧ୍ୟ କୁହ୍‍-ଇ-ମାରାନ ନାମରେ ସୁପରିଚିତ। ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ ଯେ ଏହି ପର୍ବତରେ ଆଫଗାନ ଗଭର୍ଣ୍ଣର ଆତ୍ତା ମହମ୍ମଦ ଖାନ୍‍ ଅଷ୍ଟାଦଶ ଶତାବ୍ଦୀରେ ଏକ ଦୁର୍ଗ ନିର୍ମାଣ କରାଇଥିଲେ। ପରେ ୧୯୫୦ରେ ତତ୍କାଳନୀ ସମ୍ରାଟ ଆକବରଙ୍କ ଦ୍ୱାରା ଏକ ଦୀର୍ଘ ପ୍ରାଚୀର ନିର୍ମାଣ କରାଯାଇଥିଲା। ଏହାର ଚତୁର୍ପାଶ୍ୱର୍ରେ ବିଭିନ୍ନ ଧର୍ମର ଢାଞ୍ଚାଗୁଡିକ ସୁନ୍ଦର ଭାବରେ ନିର୍ମାଣ କରାଯାଇଛି। ଡାଲ ହ୍ରଦରୁ ଏହି ଦୁର୍ଗ ଅତ୍ୟନ୍ତ ମନୋରମ ଦେଖାଯାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories