www.samajalive.in
Monday, December 8, 2025
13.1 C
Bhubaneswar

ବାଂଲାଦେଶରେ ହିନ୍ଦୁ ମନ୍ଦିର, ଦୋକାନ ଓ ହିନ୍ଦୁଙ୍କ ଉପରେ ଆକ୍ରମଣ; ୧୦ ଗିରଫ

ଢାକା: ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ମୁସଲମାନମାନେ ବ୍ୟାପକ ଭଙ୍ଗାରୁଜା ଓ ମୂର୍ତ୍ତି ପୋଡିବା ଭଳି ନାରକୀୟ ଘଟଣା ଘଟାଇବା ପରେ ବାଂଲାଦେଶରେ ଅନୁରୂପ ଘଟଣା ଘଟିଛି । ଦେଶରେ ଅନ୍ୟୂନ ଚାରିଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇ ବ୍ୟାପକ ଭଙ୍ଗାରୁଜା କରାଯାଇଛି । ଏଥିସହିତ ଦୁର୍ବୃତ୍ତମାନେ ହିନ୍ଦୁଙ୍କ ଦୋକାନ ଓ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ଖୁଲନା ଜିଲାରେ ଏହି ଘଟଣା ଘଟିଛି । ଏଥିରେ ସଂପୃକ୍ତ ଥିବା ୧୦ ଜଣ ଲୋକଙ୍କୁ ସ୍ଥାନୀୟ ପୁଲିସ ଗିରଫ କରିଛି । ଏଥିସହିତ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଶନିବାର ରାତିରେ ରୁପ୍ସା ଉପଜିଲାର ଶିଆଲି ଗ୍ରାମରେ ଏହି ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ଶୁକ୍ରବାର ରାତିରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଉଚ୍ଚବାଚ ହେବାପରେ ଶନିବାର ଏହି ଅଘଟଣ ଘଟିଥିବା ଢାକା ଟ୍ରିବ୍ୟୁନ ସୂତ୍ରରୁ ଜଣାଯାଇଛି । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ କିଛି ମୁସଲମାନ ଶିଆଲିସ୍ଥିତ ମହାଶ୍ମଶାନ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେମାନେ ମନ୍ଦିରରେ ଥିବା ମୂର୍ତ୍ତିଗୁଡିକ ଭଙ୍ଗାରୁଜା କରିବା ସହିତ ଶ୍ମଶାନରେ ମଧ୍ୟ ଲଙ୍କାକାଣ୍ଡ ଘଟାଇଥିଲେ । ସେଠାରୁ ସେମାନେ ଶିଆଲି ପୂର୍ବପଡା ଅଞ୍ଚଳକୁ ଯାଇ ସେଠାରେ ଥିବା ହରି ମନ୍ଦିରରେ ହିନ୍ଦୁ ଦେବ ଦେବୀଙ୍କର ମୂର୍ତ୍ତି, ଦୁର୍ଗା ମନ୍ଦିର ଏବଂ ଗୋବିନ୍ଦ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସ୍ଥାନୀୟ ହିନ୍ଦୁ ସମୁଦାୟଙ୍କର୬ଟି ଦୋକାନ ଓ ଦୁଇଟି ପରିବାରର ବାସଭବନ ଉପରେ ସେମାନେ ଆକ୍ରମଣ କରିଥିବା ଜଣାଯାଇଛି ।
ରୁପ୍ସା ଉପଜିଲା ପୂଜା ଉଦଯାପନ ପରିଷଦର ସାଧାରଣ ସଂପାଦକ କୃଷ୍ଣ ଗୋପାଳ ସେନ କହିଛନ୍ତି, ଅନ୍ୟୂନ ୧୦ଟି ଭଗବାନଙ୍କ ମୂର୍ତ୍ତିକୁ ମୁସଲମାନମାନେ ଭାଙ୍ଗି ଦେଇଛନ୍ତି । ଉକ୍ତ ଅଞ୍ଚଳରେ ଏବେ ମଧ୍ୟ ବ୍ୟାପକ ଉତ୍ତେଜନା ଲାଗିରହିଛି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି । ଆକ୍ରମଣକାରୀମାନେ ପଡୋଶରୀ ଶେଖପୁରା, ବର୍ମନଡାଙ୍ଗା ଏବଂ ଚାଦପୁର ଅଞ୍ଚଳର ବୋଲି କିଛି ସ୍ଥାନୀୟ ବ୍ୟକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯାଇଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories