www.samajalive.in
Friday, December 5, 2025
26.1 C
Bhubaneswar

ଅନଲାଇନ ପାଠପଢା ପାଇଁ ପାହାଡ଼ ଉପରେ କୁଡିଆ କରି ପାଠ ପଢୁଛନ୍ତି କୁନି ଛାତ୍ର ସୋମନାଥ

କାଶୀପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। ପାଠପଢା ଲାଗି ପାହାଡ ଉପରେ ନିଜ ବାପାଙ୍କ ସହାୟତାରେ କୁଡିଆ ବନାଇ ପାଠ ପଢୁଛନ୍ତି ଛାତ୍ର। କରୋନା କାଳରେ ସରକାର ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଗୁରୁତ୍ବ ଦେଇଛନ୍ତି। ଉପାନ୍ତ ଅଞ୍ଚଳ ରାୟଗଡା ଜିଲାର କାଶୀପୁର ବ୍ଲକର ଅନେକ ଗ୍ରାମରେ ନେଟଓ୍ବର୍କ ଆସୁ ନ ଥିବାରୁ ନେଟଓ୍ବର୍କ ଖୋଜି ଖୋଜି ପାହାଡ ଚଢୁଥିବା ବେଳେ ଅନେକ ପାହାଡ଼ ଉପରେ ଥିବା ଗଛରେ ଚଢି ନେଟଓ୍ବର୍କ ଆସିଲେ ପଢୁଛନ୍ତି। ଏଭଳି ସମୟରେ ଜଣେ କୁନି ଛାତ୍ର ପାହାଡ଼ ଉପରେ ନେଟଓ୍ବର୍କ ଆସୁଥିବା ସ୍ଥାନରେ କୁଡିଆ ବନାଇ ପାଠ ପଢୁବାର ମନବୃତ୍ତି ସମସ୍ତଙ୍କୁ ଚକିତ କରିଦେଇଛି।

ପାଠପଢା ଜୀବନର ଆଲୋକର ମାର୍ଗ ବୋଲି ଏହି ଛାତ୍ର ଜଣଙ୍କ ବୁଝିପାରିଛନ୍ତି। ରାୟଗଡା ଜିଲା ଆଦିବାସୀ ଅଧ୍ୟୁସିତ କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଗ୍ରାମର ସୁଭମ କୁମାର ମୁଦୁଲିଙ୍କ ୬ ବର୍ଷର ପୁଅ ସୋମନାଥ ମଦୁଲି। ସୋମନାଥ ମୁଦୁଲି ଉତ୍କଳ ଆଲୁମିନା ଆଦିତ୍ୟ ବିର୍ଲା ପବ୍ଲିକ ବିଦ୍ୟାଳୟର ଷ୍ଟାଣ୍ଡାଡ ୧ରେ ପାଠ ପଢୁଛନ୍ତି। କରୋନା କାଳରେ ବିଦ୍ୟାଳୟ ବନ୍ଦ ହୋଇଯିବା ଫଳରେ ସେ ବର୍ତ୍ତମାନ ନିଜ ଗ୍ରାମ ଅଣ୍ଡିରାକଞ୍ଚଠାରେ ରହୁଛନ୍ତି। ସରକାର ପାଠପଢା ପାଇଁ ଯେତେବେଳେ ଅନଲାଇନକୁ ଗୁରୁତ୍ବ ଦେଲେ ସେତେବେଳେ ସେ ନେଟଓ୍ବର୍କ ଖୋଜି ଖୋଜି ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ପାହାଡ ଉପରେ ଚଢି ନେଟଓ୍ବର୍କ ପାଇ ଅନଲାଇନ ପାଠପଢୁଥିଲେ। କିନ୍ତୁ ଗତ କିଛି ଦିନ ଧରି କାଶୀପୁର ବ୍ଲକରେ ପ୍ରବଳ ବର୍ଷା ହେବେ ଯୋଗୁଁ ସେ ପାହାଡ ଉପରକୁ ଯାଇ ପାଠପଡି ପାରୁନଥିଲେ। ଫଳରେ ଛାତ୍ର ଜଣଙ୍କ ତାଙ୍କ ବାପାଙ୍କ ସହାୟତାରେ ନେଟଓ୍ବର୍କ ଆସୁଥିବା ସ୍ଥାନରେ ପଥର, ଗଛର ଡାଳ, ପତ୍ର ସାହାଯ୍ୟରେ ଏକ ଛୋଟ କୁଡିଆ ବନାଇ ଏବେ ସେଠାରେ ଅନଲାଇନ ପାଠ ପଢୁଛନ୍ତି। ଏହା ସହ ସୋମନାଥ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories