www.samajalive.in
Wednesday, December 10, 2025
16.1 C
Bhubaneswar

ଗୁଗୁଲ୍‍ : ଭାରତର କୋଣ ଅନୁକୋଣରେ ପହଞ୍ଚିବ ଇଣ୍ଟରନେଟ୍‍

ନୂଆଦିଲ୍ଲୀ : ଭାରତର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିକଟରେ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତରେ ସେ ଭାରତରେ ଜନ୍ମଲାଭ କରିଥିବା ଗୁଗୁଲ୍‍ର ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ଦେଖା କରିଥିଲେ। ଏହି ଅବସରରେ ସେ ତାଙ୍କ ସହିତ ଇଣ୍ଟରନେଟ୍‍ ସମ୍ବନ୍ଧୀୟ ଅନେକ କଥା ଆଲୋଚନା କରିଥିଲେ। ସାଧାରଣତଃ କମ୍ପ୍ୟୁଟରରେ ଭାରତୀୟ ଭାଷାର ପ୍ରୟୋଗ ତଥା ସବୁୂ ସ୍ଥାନର ଲୋକ ମାନଙ୍କ ପାଇଁ ଇଣ୍ଟରନେଟ୍‍ର ବ୍ୟବହାର ସହଜ ଏବଂ ସରଳ କରିବା, ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ଶକ୍ତିଶାଳୀ କରିବା ଭଳି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ।
ରବିଶଙ୍କର ପ୍ରସାଦ ଗୁଗୁଲର କାର୍ଲିଫର୍ଣ୍ଣିଆରେ ଥିବା ମାଉଣ୍ଟେନ୍‍ ଭିୟୁ ମୁଖ୍ୟାଳୟକୁ ଯାଇଥିଲେ। ସେଠାରେ ସେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଦେଖା କରିଥିଲେ। ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟାକୁ ଶକ୍ତିଶାଳୀ କରିବା ଉପରେ ଚର୍ଚ୍ଚା ହୋଇଥିଲା। ଗୁଗୁଲ ତରଫରୁ ପ୍ରସାଦଙ୍କୁ କୁହାଯାଇଥିଲା ଗୁଗୁଲ୍‍ ଯୋଜନା କରିଛି ଯେ ସମଗ୍ର ଭାରତରେ ଲୋକମାନଙ୍କ ପାଇଁ ଇଣ୍ଟରନେଟ୍‍ର ବ୍ୟବହାରକୁ ସହଜ ଏବଂ ସରଳ କରିବ, ଭାରତୀୟ ଭାଷାରେ କମ୍ପ୍ୟୁଟର ପରିଚାଳନା କରିବ, ସାମାଜିକ ଲାଭ ପାଇଁ ଯାନ୍ତ୍ରିକ ବୃଦ୍ଧି ଆଧାରିତ ସମାଧାନ ତଥା ନୂଆ ପ୍ରବର୍ତ୍ତନ ଆଧାରିତ ଭାବନାର ଆଧାରରେ ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍‍ ମାନଙ୍କର କ୍ଷମତା ବଢାଇବା ପାଇଁ ଗୁଗୁଲର ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories