www.samajalive.in
Monday, December 8, 2025
24.1 C
Bhubaneswar

ରକ୍ତର ଅଭାବ ଦୂରପାଇଁ ଅଧିକ ସଂଖ୍ୟାରେ ଶିବିର ଆୟୋଜନକୁ ଗୁରୁତ୍ୱ

ବୌଦ୍ଧ  : ବୌଦ୍ଧ ରକ୍ତଭଣ୍ଡାର ପରିଚାଳନା କମିଟି ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ବୌଦ୍ଧ ରକ୍ତ ଭଣ୍ଡାର ପରିଚାଳନା ନେଇ ରହିଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହିତ ରକ୍ତର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି । ୨୦୨୦ ରେ ମୋଟ ୨୮୭୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାବେଳେ ୨୮୭୨ ୟୁନିଟ୍ ବିଭିନ୍ନ ରୋଗୀଙ୍କ ପାଇଁ ବ୍ୟବହାର କରାଯାଇଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୩୫ ଗୋଟି ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ସେଥିରୁ ୧୧୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ୨୦୨୧ ଜୁଲାଇ ମାସ ମଧ୍ୟରେ ୨୧ ଗୋଟି ରକ୍ତଦାନ ଶିବିର ଆୟୋଜନ କରାଯାଇ ୬୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ସମୁଦାୟ ୧୫୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କରୋନା କଟକଣା ଯୋଗୁଁ ରକ୍ତଦାନ ଶିବିର ମଧ୍ୟ ପ୍ରଭାବିତ ହୋଇଥିବାବେଳେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକ ସଂଖ୍ୟାରେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଜିଲାପାଳ ଶ୍ରୀମିଶ୍ରଙ୍କ ଉଦ୍ୟମକ୍ରମେ ରକ୍ତଭଣ୍ଡାରର ଅନେକ ଜରୂରୀ ଆବଶ୍ୟକତା ପୂରଣ କରାଯାଇଥିବାବେଳେ ତାହାର ସମସ୍ତ ଖର୍ଚ୍ଚକୁ ବୈଠକରେ ଅନୁମୋଦନ କରାଯାଇଥିଲା । ଏଥିସହିତ ରକ୍ତଭଣ୍ଡାର ପରିଚାଳନା ପାଇଁ ଆବଶ୍ୟକୀୟ ଷ୍ଟାଫ ନିଯୁକ୍ତି ପାଇଁ ଏବଂ ଉକ୍ତ ଖର୍ଚ୍ଚକୁ ରକ୍ତଭଣ୍ଡାର ଅନୁଦାନରୁ ପୂରଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଅଧିକ ସଂଖ୍ୟାରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ସମସ୍ତ ଆଗ୍ରହୀ ଅନୁଷ୍ଠାନମାନଙ୍କର ଏକ ବୈଠକ ଡକାଯାଇ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ବୈଠକରେ ଜିଲାପାଳ ପରାମର୍ଶ ଦେଇଥିଲେ । ଆୟୋଜକ ଅନୁଷ୍ଠାନଗୁଡିକୁ ପ୍ରୋତ୍ସାହନ ସହ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ରକ୍ତଭଣ୍ଡାର ଅଧିକାରୀ ଡା. ମଳୟ କୁମାର ସାହୁ ସମସ୍ତ ତଥ୍ୟ ଉପସ୍ଥାପନ କରିଥିବାବେଳେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ଏଡିଏମଓ ମେଡିକାଲ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ,ପରିଚାଳନା କମିଟି ସଦସ୍ୟ ମୃତୁ୍ୟଂଜୟ ମିଶ୍ର, ଶଶାଙ୍କ ଶେଖର ମିଶ୍ର,ପ୍ରବୀର କୁମାର ଦାସ,ଦେବାଶିଷ ପୁରୋହିତ,ବିଶ୍ୱଜିତ ମିଶ୍ର,ଅଙ୍କିତ କୁମାର ଅଗ୍ରୱାଲାଙ୍କ ସମେତ ରକ୍ତଭଣ୍ଡାର କର୍ମଚାରୀ ଚତୁର୍ଭୁଜ ବାରିକ୍ ଓ ରଘୁନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories