www.samajalive.in
Wednesday, December 10, 2025
26.1 C
Bhubaneswar

ଦ୍ୱିତୀୟ ଥର ବିଦ୍ୟାଭାରତୀଙ୍କୁ ଜେରା

କପ୍ତିପଦା: ବହୁଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଯାହା ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିନି ତାହା ହେଉଛି କିଭଳି ହେଲା ସୌମ୍ୟଙ୍କ ମୃତ୍ୟୁ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ନା ଦୁର୍ଘଟଣା ନା ଆତ୍ମହତ୍ୟା ଏସବୁର ରହସ୍ୟକୁ ଉନ୍ମୋଚନ କରିବାରେ ପୁଲିସ୍‍ ବିଫଳ ହୋଇଛି। ଡ଼ିଏଫ୍‍ଓଙ୍କୁ ଦୋଷମୁକ୍ତ ଘୋଷଣା ପରେ ସନ୍ତୁଷ୍ଟ ନଥିଲେ ସୌମ୍ୟଙ୍କ ପରିବାର। ଏଥିପାଇଁ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦେଶକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ସେଥିପାଇଁ ପୁଣି ଏହି ଘଟଣାର ତଦନ୍ତ ଅଧିକାରୀ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଚାରିଜଣିଆ ଦଳ ସାଢ଼େ ୧୦ଟାରେ ପହଞ୍ଚିଥିଲେ ବିଦ୍ୟାଭାରତୀଙ୍କ ଘରେ। ମହିଳା ପୁଲିସ୍‍ଙ୍କ ସହିତ ବିଦ୍ୟାଙ୍କୁ ଘରର ଉପର ମହଲାକୁ ନେଇ ପୂର୍ବରୁ ପଚାରିଥିବା ପ୍ରଶ୍ନକୁ ପୁଣି ଦୋହରାଇଥିଲେ। ପ୍ରଶ୍ନଗୁଡ଼ିକ ମଧ୍ୟରେ …

- Advertisement -

କେମିତି ପୋଡ଼ିଯାଇଥିଲେ ସୌମ୍ୟରଞ୍ଜନ?

ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟ ତିକ୍ତତା ଥିଲା କି ?

ଯଦି ଥିଲା କାରଣ କ’ଣ? ବିଦ୍ୟାଭାରତୀଙ୍କ ମୋବାଇଲ୍‍ରୁ ମିଳିଥିବା ଦୁଇଟି ଫଟୋ କାହାର?

ଅନ୍ୟ ଝିଅଙ୍କ ସହିତ ସୌମ୍ୟଙ୍କ ସମ୍ପର୍କ ଥିବା ଅଡ଼ିଓ କେଉଁଠି ଓ ତାହାର ପ୍ରେକ୍ଷାପଟ କ’ଣ ଥିଲା?

ଆମ୍ବୁଲାନ୍‍ସକୁ ଅଟକାଇ ବିଦ୍ୟାଭାରତୀ ଲାଲ କପଡ଼ାରେ କ’ଣ ନେଇଥିଲେ?

ସୌମ୍ୟ ପୋଡ଼ିହେବା ପରେ ବିଦ୍ୟା ଶ୍ୱଶୁର ଘର ଲୋକଙ୍କୁ ତୁରନ୍ତ ଜଣାଇଥିଲେ କି?

ସୌମ୍ୟ ଘରେ ନଥିବାବେଳେ ତାଙ୍କ ବାସଭବନକୁ ଅନ୍ୟ କେଉଁମାନେ ଆସନ୍ତି ?

ବିଦ୍ୟା କଲେଜ୍‍ ପଢ଼ୁଥିବା ବେଳେ କେଉଁମାନେ ଅନ୍ତରଙ୍ଗ ଥିଲେ?

ଜୁଲାଇ ୧୨ରୁ ୧୫ ତାରିଖକୁ ସୌମ୍ୟ କାହିଁକି ଗୁରୁତର ସହିତ ନେଇଥିଲେ ?

ତାଙ୍କ ଡ଼ାଇରୀରେ କାଳରାତ୍ରି କ’ଣ ପାଇଁ ଲେଖାଥିଲା?

ସୌମ୍ୟଙ୍କ ମୃତ୍ୟୁ ଦିନ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟାଭାରତୀ କ’ଣ କରୁଥିଲେ?

ସୌମ୍ୟ ଅଫିସ୍‍ ଯିବାପରେ ବିଦ୍ୟାଭାରତୀ କିପରି ସମୟ କଟାନ୍ତି ?

ସ୍ୱାମୀ-ସ୍ତ୍ରୀ ଝଗଡ଼ା ହେଲେ କେହି ତୃତୀୟ ବ୍ୟକ୍ତି ହସ୍ତକ୍ଷେପ କରନ୍ତି କି ?

ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ବୋଲି ଜାଣିବାକୁ ମିଳିଛି। ତେବେ ବିଦ୍ୟାଙ୍କୁ ଜେରା ପରେ ତାଙ୍କର ବାପା ଓ ମାଆଙ୍କୁ ମଧ୍ୟ ପୁଲିସ୍‍ ଜେରା କରିଥିଲା। ତେବେ ସାଢ଼େ ୪ଘଣ୍ଟା ଜେରା କରି ଫେରିବା ପରେ ଏହି ଘଟଣାର ତଦନ୍ତ ଅଧିକାରୀ ଶ୍ରୀ ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମ ପାଖରେ କିଛି ତଥ୍ୟ ଥିଲା। ସେ ତଥ୍ୟ ସମ୍ପର୍କରେ ଆମେ ତାଙ୍କୁ ପଚାରିଛୁ। ତଦନ୍ତରେ ଯାହା ଆବଶ୍ୟକ ଆମେ ତାହା କରୁଛୁ। ତଦନ୍ତ ଚାଲିଥିବାରୁ ଘଟଣା ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିବାକୁ ମନା କରିଦେଇଥିଲେ। ତେବେ ଏହି ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଡ଼୍ରାଇଭର ଦିବାକର ମହାପାତ୍ର ଜେରାର ସମ୍ମୁଖୀନ ହେବେ ବୋଲି ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ମାମଲାରେ ଅଧିକ ତଦନ୍ତ ପାଇଁ ବିଦ୍ୟାଭାରତୀଙ୍କୁ ଯେତେବେଳେ ନୋଟିସ ଦିଆଯିବ ସେତେବେଳେ ପାରଳାଖେମୁଣ୍ଡି ଯାଇ ସହଯୋଗ କରିବାକୁ କୁହାଯାଇଥିବା ଜଣାପଡିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories