www.samajalive.in
Saturday, December 13, 2025
21.1 C
Bhubaneswar

ଶ୍ରମିକ ଚାଲାଣ ବେଳେ ଧରିଲା ଶ୍ରମ ବିଭାଗ

ରାୟଗଡ଼ା: ଶ୍ରମିକ ଦାଦନ ଖଟିବା ପାଇିଁ ଚାଲାଣ ହେଉଥିବା ବେଳେ ଖବର ପାଇ ଗୁଣୁପୁର ଶ୍ରମ ବିଭାଗ ଉଦ୍ଧାର କରିଛି। ସାତ ଜଣ ଶ୍ରମିକ ଦାଦନ ଖଟିବା ପାଇିଁ ବାଙ୍ଗାଲୋର ଯାଉଥିଲେ। ଶ୍ରମିକ ମାନଙ୍କ ମଧ୍ୟରେ ରହିଛନ୍ତି ତିନି ନାବାଳକ ଅନ୍ୟ ଚାରି ଜଣ ସାବାଳାକ। ରାୟଗଡା ଜିଲାର କଲ୍ୟାଣସିଂପୁର ଅଞ୍ଚଳରୁ ଅଧିକା ଶ୍ରମିକ ରହିଥିବା ବେଳେ ଅନ୍ୟ ବ୍ଲକ୍ ଅଞ୍ଚଳରୁ ଆଉ କିଛି ଜଣ ରହିଛନ୍ତି।ଏହି ଶ୍ରମିକ ମାନେ କୈାଣସି ଏକ ଦଲାଲ୍ ପ୍ରୋରଚନାରେ କାମ ଅନୁସଂନ୍ଧାନ ସକାଶେ ଅଧିକା ଟଙ୍କା ମଜୁରି ଆଶାରେ ଯାଉଥିବା ସ୍ବିକାର କରିଛନ୍ତି।ଉଦ୍ଧାର ଶ୍ରମିକ କହିବା ଅନୁଯାୟି ଚଳିତ ବର୍ଷ ବର୍ଷା କମ୍ ପରିମାଣ ରହିଛି ଚାଷ କାମ ହୋଇପାରୁନି ଅପରପକ୍ଷେ ସେମାନଙ୍କୁ ଶ୍ରମିକ ପରିଚୟପତ୍ର ମିଳୁନାହିଁ। ଯାହାଦ୍ବାରା ସେମାନେ କାମ ନକରିଲେ ବଞ୍ଚିବେ କେମିତି ବୋଲି କହିଛନ୍ତି।ଉଦ୍ଧାର ଶ୍ରମିକ ମାନେ ହେଲେ କଲ୍ୟାଣସିଂପୁର ଅଞ୍ଚଳର ରାଜୁ ମାଣ୍ଡାଙ୍ଗୀ,ଶ୍ରିନୁ ହିମରିକା,ପ୍ରଶାନ୍ତ କଣ୍ଡାଗିରି,ଏମ୍ ଅର୍ଜୁନ,ରାଜୁ କଣ୍ଡାଗିରି, ରାୟଗଡା ର ତୁମ୍ବିଗୁଡା ଓ ଶିକରପାଇ ଗ୍ରାମ ର  ଅଭୟ ହିକାକା,ସନ୍ତୋଷ ହିକକା ରହିଥିବା ଗୁଣୁପୁର ଶ୍ରମବିଭାଗ ପକ୍ଷରୁ ଜଣାପଡିଛି। ଏହି ସମସ୍ତ ଶ୍ରମିକ ମାନଙ୍କୁ ଗୁଣୁପୁର ନୁଆବସ୍ଷ୍ଟାଣ୍ଡ ଠାରେ ଉଦ୍ଧାର କରାଯାଇଛି। ଗୁଣୁପୁର ଶ୍ରମ ବିଭାଗ ପକ୍ଷରୁ ଗୁଣୁପୁର ପୋଲିସ୍ ସହାୟତାରେ ଉଦ୍ଧାର କରି ସେମାନଙ୍କୁ ତାଙ୍କ ପରିବାର କର୍ତୁପକ୍ଷ ଙ୍କୁ ହସ୍ତାନ୍ତର କରାଯିବା ନେଇ ସୁଚନା ଦେଇଛନ୍ତି ଗୁଣୁପୁର ସହକାରି ଶ୍ରମ ଅଧିକାରି ଶ୍ବାତୀ ଲଗ୍ନା ପାତ୍ରି।
ଏହି ଶ୍ରମିକ ମାନଙ୍କୁ ପଚରା ଉଚୁରା କରିବା ସମୟରେ କିଏ ଏହି ଶ୍ରମିକ ମାନଙ୍କୁ ନେଇ ବାହାର ରାଜ୍ୟ କୁ ଚାଲାଣ କରୁଥିଲା ତାହା ଷ୍ପଷ୍ଟ ହୋଇପାରିନଥିଲା। ଶ୍ରମିକ ବାଙ୍ଗାଲୋର ର ଏକ ଇଟା କାରଖାନା କାମ କରିବେ ବୋଲି ଯାଉଥିବା ଜଣାପଡିଛି।ଏମାନଙ୍କ କୈାଣସି ପଞ୍ଜିକରଣ ଶ୍ରମବିଭାଗ ପାଖରେ  ହୋଇନାହିଁ।
ପ୍ରକାଶ ଥାଉକି ଗତ ଗୁରୁବାର ଦିନ ଆନ୍ଧ୍ର ରେ ଦାଦନ ଖଟିବାକୁ ଯାଇ ଛଅ ଶ୍ରମିକ ମୃତ୍ୟୁ ପରେ ବି ଶ୍ରମିକ ଚାଲାଣ ରେ ରୋକ୍ ଲାଗିପାରୁନି।ଏତେ ବଡ ବଡ ଅଘଟଣ ଘଟୁଛି ଏହା ପରେବି ଶ୍ରମିକ ଅଧିକା ଅର୍ଥ ଉପାର୍ଜନ ଆଶାରେ ବାହାରେ କାମ କରିବା ନିଶା ଶ୍ରମିକ ମାନଙ୍କ ମନରୁ ଲିଭିପାରୁନି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories