www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟରେ କୋଭିଡ ମୃତ୍ୟୁ ଲୁଚାଇବା ପ୍ରସଙ୍ଗ: ସରକାରଙ୍କ ରିପୋର୍ଟକୁ ଗ୍ରହଣ କରୁନାହାନ୍ତି ଉଚ୍ଚନ୍ୟାୟାଳୟ- କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ସ୍ଥିତିରେ କୋଭିଡ ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରତ୍ୟେକ ଦିନ ମୃତ୍ୟୁହାର ବଢ଼ିବଢ଼ି ଚାଲିଛି । ରାଜ୍ୟ ସରକାର କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରକୃତ ତଥ୍ୟ ପ୍ରଦାନ କରିବାରେ ଆରମ୍ଭରୁ ଅନିୟମିତତାକୁ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଜାଣିଶୁଣି କୋଭିଡ ମୃତ୍ୟୁର ସତ୍ୟକୁ ଚାପିଦେବା ପାଇଁ ଅପଚେଷ୍ଟା କରୁଛନ୍ତି। ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଭିଡ ମୃତ୍ୟୁକୁ ନେଇ ରାଜ୍ୟ କଂଗ୍ରେସ କାର୍ୟ୍ୟାଳୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କ ନୀତି ଓ ନିଷ୍ପତିକୁ ନେଇ ପ୍ରଶ୍ନ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଅଫିସିଆଲ ପୋର୍ଟାଲ ଏବଂ ନୟାଗଡ଼ ସିଡିଏମଓ ଙ୍କ ତଥ୍ୟ ଆଧାରରେ ମିଛି କୋଭିଡ ମୃତ୍ୟୁର ପ୍ରଦେଶ କଂଗ୍ରେସ ତରଫରୁ ପର୍ଦାଫାସ କରାଯାଇଥିଲା । ଆଶ୍ଚର୍ୟ୍ୟର କଥା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ କୋଭିଡ ମୃତ୍ୟୁର ତଥ୍ୟକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ରଖାଯାଇଥିବା କଥା ସାମନାକୁ ଆସିବା ପରେ ବର୍ତମାନ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠକୁ ନେଇ ମାନ୍ୟବର ଉଚ୍ଚନ୍ୟାୟଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଗତ ଜୁଲାଇ ୫ ତାରିଖରେ ସମୟ ନେଇଥିଲେ ରିପୋର୍ଟ ଦାଖଲ କରିବାପାଇଁ ଏବଂ ଜୁଲାଇ ୨୦ ତାରିଖରେ ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିଥିଲେ । ଜୁଲାଇ ୨୮ ତାରିଖରେ ମାନ୍ୟବର ହାଇକୋର୍ଟ ରିପୋର୍ଟକୁ ତର୍ଜମା କଲାପରେ ଏହା ସଂପୂର୍ଣ୍ଣ ନୁହେଁ ବୋଲି କହିବା ସହିତ ଜିଲ୍ଲା ସ୍ତରରେ କୋଭିଡ ମୃତ୍ୟୁର ସରକାର ଯେଉଁ ଅଡିଟ କରୁଛନ୍ତି ତାହାର ପ୍ରକାରଭିତି (ମୋଡାଲିଟି) ସଂପର୍କରେ କାହିଁକି ନୀରବ, ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଗତ ଦୁଇମାସ ଭିତରେ ଗୋଟିଏ ଜିଲ୍ଲା ନୟାଗଡ଼ରେ ୧୧୭ କୋଭିଡ ମୃତ୍ୟୁ ସମ୍ପର୍କରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କ ପାଖରେ ଦାଖଲ କରିଥିବା ରିପୋର୍ଟରେ କିଛିବି ତଥ୍ୟ ଉପସ୍ଥାପନ କରିନାହାନ୍ତି।

ଏଥିରୁ ସ୍ପଷ୍ଟ ପ୍ରତିୟମାନ ହେଉଛି ଯେ ରାଜ୍ୟ ସରକାର କୋଭିଡ ମୃତ୍ୟୁର ସଂଖ୍ୟାକୁ ନେଇ ରାଜ୍ୟବାସୀଙ୍କୁ ମିଛତଥ୍ୟ ପ୍ରଦାନ କରିବା ପରେ ବର୍ତମାନ ମାନ୍ୟବର ହାଇକୋର୍ଟଙ୍କୁ ମଧ୍ୟ ଭୁଲ ତଥ୍ୟ ପ୍ରଦାନ କରି ଭ୍ରମିତ କରିବାକୁ ଚେଷ୍ଟାକରୁଛନ୍ତି । କୋଭିଡ ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ ପରିବାର ବର୍ଗଙ୍କୁ ସରକାରଙ୍କ ତରଫରୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ଏହା ଦ୍ୱାରା ପ୍ରଭାବିତ ହେବ ଏବଂ କ୍ଷତିପୂରଣ ରାଶି ପାଇବା ପାଇଁ ହକଦାର ଥିବା ଆଇନଗତ ଉତରାଧିକାରୀ ମାନଙ୍କ ପ୍ରତି ଏହା ନବୀନ ବାବୁଙ୍କ ଚରମ ଉପହାସ । ସମଗ୍ର ଓଡ଼ିଶାବାସୀ ମୋ ପରିବାରର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଏହାଦ୍ୱାରା ତାଙ୍କ ନିଜ ପରିବାର ସଦସ୍ୟଙ୍କ ପ୍ରତି ଅନ୍ୟାୟ କରୁନାହାନ୍ତି କି? ଏହାର ଜବାବ ଦେବାକୁ ଶ୍ରୀ ମିଶ୍ର ସରକାରଙ୍କୁ ଆହ୍ୱାନ ଦେବା ସହିତ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ ପାଇଁ ଦାବି ଦୋହରାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories