bjd gruha runa

ଓଡିଶା ନଦୀ ସୁରକ୍ଷା ସମିତି ବୈଠକ

BJD Bijuli 480×75 Mob

ଚୌଦ୍ୱାର : ଓଡିଶା ନଦୀ ସୁରକ୍ଷା ସମିତି କଟକ ଜିଲ୍ଲାର ଏକ ବୈଠକ ସୋମବାର କପାଳେଶ୍ୱର ସ୍ଥିତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଜ୍ଞାନେନ୍ଦ୍ର କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁ,ଅଶୋକ କୁମାର ରଥ,ସଜ୍ଜନ କୁମାର ଶର୍ମା,ହୃଷିକେଶ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ନଦୀର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ମହାନଦୀ ଓ ଶାଖା ନଦୀ ଗୁଡିକରୁ ଚୋରା ବାଲିଚାଲାଣ,କଳକାରଖାନା ମାନଙ୍କରୁ ନିର୍ଗତ ବର୍ଜ୍ୟଜଳ ନଦୀକୁ ବିଶୋଧିତ କରୁଥିବା ଓ ଏହାକୁ କିଭଳି ବନ୍ଦ କରାଯିବ ସେନେଇ ଆଲୋଚନା କରାଯିବା ସହିତ କଟକ ଜିଲ୍ଲାରେ ଥିବା ସମସ୍ତ ନଦୀକୁ କିଭଳି ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ରଖା ଯାଇ ପାରିବ ସେ ବିଷୟରେ ବିସ୍ତ୍ରୃତ ଆଲୋଚନା କରାଯାଇଥିଲା ।ଜିଲ୍ଲା ପରିଷଦ ଚିତ୍ତରଞ୍ଜନ ମିଶ୍ର, ସଂଞ୍ଜୀବ ରଣା, କ୍ଷୀରୋଦ୍ ଚନ୍ଦ୍ର ଦଳାଇ, ବନ୍ଧୁ ଚରଣ ସାହୁ, ଶିବଦତ୍ତ ବାରିକ, ସତ୍ୟବାଦୀ ଚଇନୀ, ହଂସ ଚରଣ ସାହୁ, ଗଣେଷ ଚନ୍ଦ୍ର ବେହେରା, ଧୀରଞ୍ଜନ ସିଂ, ସଞ୍ଜୟ ମହାରଣା, ଉଦୟ ପରିଡା,ସଞ୍ଜୟ ଜେନା, ଅଭୟ ସ୍ୱାଇଁ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଜିଲ୍ଲା ପ୍ରତିନିଧ୍ô ରମେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.