ପାଟଣା : ଢେଙ୍କିକୋଟର ହାଟ ଓ ବଜାର ଅଞ୍ଚଳରେ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ରହୁଛି। ବର୍ଷାରେ ଆବର୍ଜନା ପଚି ସଢ଼ି ଦୁର୍ଗନ୍ଧ ହେବା ସହ ଏଠାରେ ମଶା ମାଛି ଭଣ ଭଣ ହୋଇ ଡେ଼ଙ୍ଗୁକୁ ଆମନ୍ତ୍ରଣ କରୁଛନ୍ତି। ହାଟରୁ ନିୟନ୍ତ୍ରିତ ବଜାର କମିଟି ପ୍ରତି ପାଳି ମାହାସୁଲ୍ ଆଦାୟ କରୁଥିବା ବେଳେ ହାଟ ଓ ବଜାର ଅଞ୍ଚଳ ର ସ୍ବଚ୍ଛତା ପାଇଁ ଆଦୌ ଧ୍ୟାନ ଦେଉନାହିଁ ବୋଲି ଅଭିଯୋଗ ହୋଇଛି । ମନୋହରୀ ଦୋକାନ ଠାରୁ ଆରମ୍ଭ କରି ପରିବା ଦୋକାନୀ ,ଜଳଖିଆ ଦୋକାନୀଙ୍କ ଯାଏ ସମସ୍ତଙ୍କ ଦୋକାନରୁ ଆବର୍ଜନା ବାହାରୁ ଥିବା ବେଳେ ଆବର୍ଜନା ପକାଇବା ପାଇଁ କେହି ସ୍ଵତନ୍ତ୍ର କୁଣ୍ଡ ରଖି ନଥିବା ଦେଖା ଯାଉଛି। ଏପରିକି ହାଟକୁ ଆସୁଥିବା ବେପାରୀ ପଚାସଢ଼ା ପନିପରିବା ମଧ୍ୟ ରାସ୍ତାକଡରେ ଫୋପାଡୁଥିବା ଦେଖାଯାଉଛି। ଏତେ ବଡ଼ ବଜାର ଓ ହାଟ ଅଞ୍ଚଳର ସ୍ବଚ୍ଛତା ବଜାୟ ରଖିବା ପାଇଁ ନିୟନ୍ତ୍ରିତ ବଜାର କମିଟି ଓ ପଞ୍ଚାୟତ ପ୍ରଶାସନ ସ୍ଵତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
Popular Categories



